ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ପାଟକୁରାରେ ହେବ ଭୋଟ୍। ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ ହେବ। ଭୋଟର୍ ଇଭିଏମ୍‌ରେ ତାଙ୍କ ଜବାବ ଦେବେ। ଆଗାମୀ ୫ବର୍ଷ ପାଇଁ ପାଟକୁରାବାସୀ କାହାକୁ ଜନପ୍ରତିନିଧି ଭାବେ ବାଛିବେ ତାହା ଜୁଲାଇ ୨୪ରେ ଜଣାପଡ଼ିବ।

ମୋଟ୍ ୩୦୯ଟି ବୁଥ୍‌ରେ ଭୋଟ୍ ଗ୍ରହଣ ହେବ। ୨ ଲକ୍ଷ ୪୪ ହଜାର ୭୪୭ ଭୋଟର୍ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ଭୋଟ୍ ଗ୍ରହଣକୁ ଶୃଙ୍ଖଳିତ କରିବା ପାଇଁ ବୁଥ୍‌ମାନଙ୍କରେ ସଶସ୍ତ୍ର ପୋଲିସ୍‌ ଫୋର୍ସ ମୁତୟନ କରାଯିବ। କେନ୍ଦ୍ରମାନଙ୍କରେ ସିସିଟିଭିର ମଧ୍ୟ ବ୍ୟବସ୍ଥା କରାଯାଇଛି।

ନିର୍ବାଚନ ପ୍ରଚାରର ଶେଷ ଦିନରେ ବିଜେପି, ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଥିଲେ। ଭୋଟରଙ୍କ ପାଖକୁ ଯାଇ ଭୋଟ ମାଗିଥିଲେ।  ତେବେ ଭୋଟର କାହାକୁ ଭୋଟ ଦେଉଛନ୍ତି ତାହା ଦେଖିବାର କଥା।

ପାଟକୁରା ନିର୍ବାଚନରେ ଏଥର ୯ ଜଣ ପ୍ରାର୍ଥୀ ଅଛନ୍ତି। ହେଲେ ମୁଖ୍ୟ ଲଢ଼େଇ ବିଜେଡି, ବିଜେପି ଏବଂ କଂଗ୍ରେସ ଭିତରେ ହେଉଛି। ବିଜେଡି ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ବିଜୟ ମହାପାତ୍ର ଏବଂ କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି।

LEAVE A REPLY

Please enter your comment!
Please enter your name here