ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱକପରେ ଭାରତର ପରାଜୟ ପରେ ଧୋନିଙ୍କ ଅବସରକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଟାଣିଛି ବିସିସିଆଇ। ବର୍ତ୍ତମାନ ଧୋନି କ୍ରିକେଟ୍‌ରୁ ଅବସର ନେବେ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ଆସନ୍ତା ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ ଦଳରେ ଧୋନି ଖେଳିବେ ନାହିଁ। ଏହି ସମୟରେ ଧୋନି ଅନୁପସ୍ଥିତ ରହିବେ ବୋଲି କହିଛନ୍ତି। ଟିମ୍‌ ଇଣ୍ଡିଆ ସହ ଧୋନି ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବେ ନାହିଁ।

ଭାରତୀୟ ପାରାମିଲିଟାରୀ ଫୋର୍ସ ପାରାଚ୍ୟୁଟ୍‌ ରେଜିମେଣ୍ଟରେ ଧୋନି ହେଉଛନ୍ତି ଲେଫ୍ଟେନାଣ୍ଟ କର୍ଣ୍ଣଲ। ଧୋନି ଆଗାମୀ ଦୁଇ ମାସ ନିଜ ରେଜିମେଣ୍ଟ ସହ ସମୟ ବିତାଇବେ। ଏନେଇ ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଆଗାମୀ ଦୁଇ ମାସ ଯାଏଁ ମହେନ୍ଦ୍ର ସିଂହ ଧୋନି ଟିମ୍‌ ଇଣ୍ଡିଆରେ ଖେଳିବେ ନାହିଁ।

ଏଥିସହିତ ବର୍ତ୍ତମାନ ଧୋନି କ୍ରିକେଟ୍‌ରୁ ସନ୍ୟାସ ନେବେ ନାହିଁ ବୋଲି ମଧ୍ୟ ଅଧିକାରୀ ଜଣକ ଖବର ସରବରାହ ସଂସ୍ଥା ପିଟିଆଇକୁ କହିଛନ୍ତି। ଆସନ୍ତାକାଲି ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟିମ୍‌ ଇଣ୍ଡିଆର ସିଲେକ୍ସନ ରହିଛି। ତେବେ ୱେଷ୍ଟଇଣ୍ଡିଜ୍ ଟୁର୍‌ରେ ଭାରତୀୟ ଦଳରେ କିଏ ରହିବ ଆଉ କିଏ ବାଦ୍‌ ପଡ଼ିବ, ଏହା ଉପରୁ ପରଦା ଉଠିବ।

Comment