ଓଡ଼ିଶାଲାଇଭ ବ୍ୟୁରୋ

ଦୀର୍ଘଦିନ ପରେ ଅଭିଷେକ ରଥ ‘ବୈଶାଳୀ’ ଫିଲ୍ମ ମାଧ୍ୟମରେ ପରଦାକୁ ଫେରିଛନ୍ତିା ଫିଲ୍ମଟି ଜୁଲାଇ ୧୯ରେ ରିଲିଜ ହୋଇଛି। ବିବାହ ପରେ ଅଭିଷେକ ରଥଙ୍କ ଏହା ପ୍ରଥମ ଚଳଚ୍ଚିତ୍ରା

ଏହି ଚଳଚ୍ଚିତ୍ରରେ ଅଭିଷେକ ରଥଙ୍କ ସହ ପ୍ରୀତି ଜୈନ୍ ଓ ସୁମନପ୍ରିୟାଙ୍କ ଭଳି ନୂଆ ମୁହଁଙ୍କୁ ଲିଡ୍ ଭୂମିକାରେ ଦେଖିବାକୁ ପାଇଛନ୍ତି ଦର୍ଶକା

ଚଳଚ୍ଚିତ୍ରଟିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବିଜୟ ମହାନ୍ତି, ଅପରାଜିତା, ପ୍ରତିଭା ପଣ୍ଡା, ପୃଥ୍ୱୀରାଜଙ୍କ ଭଳି ଅଭିଜ୍ଞ କଳାକାରା

ସୁଧୀର୍ କୁମାର ଚଳଚ୍ଚିତ୍ରର ପ୍ରଯୋଜନା ସହ କାହାଣୀ ଲେଖିଥିବା ବେଳେ ଚିତ୍ରନାଟ୍ୟ ଓ ନିର୍ଦେଶନା ଦେଇଛନ୍ତି ଆଶୁତୋଷ ଦାସ। ଅଭିଜିତ ମଜୁମଦାରଙ୍କ ସଂଗୀତ ନିର୍ଦ୍ଦେଶନାରେ ଗୀତଗୁଡିକ ମେଲୋଡିୟସ ହୋଇଛି ବୋଲି ଦର୍ଶକଙ୍କର ମତ ରହିଛିା

କିଛି ଦୃଶ୍ୟ ଭାରତ- ଚାଇନା ସୀମା ରେଖାରେ ସୁଟିଂ କରାଯାଇଛିା ଏହା ଏକ ଦମଦାର ପ୍ରେମ କାହାଣୀ ଉପରେ ଆଧାରିତା ଚଳଚ୍ଚିତ୍ରଟିରେ ଦୁଇଟି ନାୟକଙ୍କ ସହ ହିରୋଇନ ସୁମନ ପ୍ରିୟାଙ୍କୁ

ହେଖିବାକୁ ମିଳିଛିା ଫିଲ୍ମରେ ନାୟିକାଙ୍କର ଡବଲ ରୋଲ ମଧ୍ୟ ରହିଛିା ଫିଲ୍ମିଟିରେ ଭରପୁର ରୋମାନ୍ସ୍ ସହିତ କମେଡିର ତଡ଼କା ମଧ୍ୟ ରହିଛିା

Comment