ଓଡ଼ିଶାଲାଇଭ ବ୍ୟୁରୋ

ସାଧାରଣତଃ ବାହାଘର ପରେ ମହିଳାମାନଙ୍କ ଓଜନ ବୃଦ୍ଧି ହୋଇଥାଏ। ବାହାଘର ପରେ ଓଜନ ବୃଦ୍ଧି ହେବା ମହିଳାମାନଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଥାଏ। ଏହାର କାରଣ ଜାଣିରଖନ୍ତୁ।

-ବିବାହ ପରେ ଝିଅମାନଙ୍କର ହରମୋନରେ ପରିବର୍ତ୍ତନ ହୋଇଥାଏ। ଏହାଛଡ଼ା ଶାରୀରିକ ସମ୍ପର୍କ, ଗର୍ଭ ନିରୋଧକ ଔଷଧ ସେବନ ଯୋଗୁଁ ବି ଓଜନ ବୃଦ୍ଧି ହୋଇଥାଏ।

-ଏସବୁ ଛଡ଼ା ବିବାହ ପରେ ମହିଳାମାନଙ୍କର ଶୋଇବା ସମୟ ଏବଂ ଶୋଇବାର ଅବଧି ପରିବର୍ତ୍ତିତ ହୋଇଥାଏ। ଶୋଇବା ପାଇଁ ପର୍ଯ୍ୟାପ୍ତ ସମୟ ମିଳି ନଥାଏ। ଫଳରେ ଓଜନ ବଢ଼ିବାକୁ ଲାଗେ।

-ବିବାହ ପରେ ଝିଅମାନଙ୍କର ପ୍ରାଥମିକତାରେ ପରିବର୍ତ୍ତନ ହୋଇଥାଏ। ପରିବାର ସଦସ୍ୟଙ୍କ ଇଚ୍ଛାନୁସାରେ ସେମାନେ ନିଜର ଦିନଚର୍ଯ୍ୟା କରିଥାନ୍ତି। ସେଥିପାଇଁ ସେମାନେ ନିଜକୁ ସମୟ ଦେଇପାରନ୍ତି ନାହିଁ। ଫଳସ୍ୱରୂପ ଓଜନ ବୃଦ୍ଧି ହୁଏ।

-ବିବାହ ପୂର୍ବରୁ ଝିଅମାନେ ସର୍ବଦା ଖୁସିର ବାତାବରଣରେ ରହିଥାନ୍ତି। ବିବାହ ପରେ ଶ୍ୱଶୁର ଘରେ ବିଭିନ୍ନ ପ୍ରକାରର ଦାୟିତ୍ୱ ଏବଂ କର୍ତ୍ତବ୍ୟ ଯୋଗୁଁ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିଥାନ୍ତି। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଇ ପାରନ୍ତି ନାହିଁ। ତେଣୁ ଓଜନ ବଢ଼ିବା ଭଳି ସମସ୍ୟା ଦେଖାଦେଇଥାଏ।

-ବହୁ କ୍ଷେତ୍ରରେ ଝିଅମାନେ ବିବାହ ପରେ ବ୍ୟାୟାମ କରିପାରନ୍ତି ନାହିଁ। ତେଣୁ ସହଜରେ ମୋଟାପାର ଶିକାର ହୁଅନ୍ତି।

Comment