ଓଡ଼ିଶାଲାଇଭ ବ୍ୟୁରୋ

ଆସନ୍ତାକାଲି ଶ୍ରାବଣମାସର ପ୍ରଥମ ସୋମବାର। ଏଥିପାଇଁ ରବିବାର ଅପରାହ୍ନରୁ କାଉଡ଼ିଆମାନେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିବେ। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ନୀତିକାନ୍ତିକୁ ଠିକ ଭାବେ ପାଳନ କରିବା ଓ ପୂର୍ବ ପ୍ରସ୍ତୁତି କରିବାକୁ ମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଛି।

ସିଂହଦ୍ଵାରଠାରୁ ପାଚେରି କଡ଼ରେ ବ୍ୟାରିକେଡ୍ ବନ୍ଧାଯିବ। ସେହିପରି ଶ୍ରାବଣ ମାସ ସାରା ବଢ଼େଇବାଙ୍କ ଛକରୁ ମନ୍ଦିର ଓ ମନ୍ଦିର ଚାରିପଟେ ଆମିଷ ଦୋକାନ ବନ୍ଦ କରିବାକୁ ଘୋଷଣା କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ସହ କାଉଡ଼ିଆମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରବିବାର ଅପରାହ୍ନରୁ ପୋଲିସ ଫୋର୍ସ ମୁତୟନ କରାଯିବ।

ସୋମବାର ଭୋର୍ ସାଢ଼େ ୩ଟାରେ ମଙ୍ଗଳଆଳତି ଓ ଅବକାଶ ସମ୍ପନ୍ନ ହେବା ପରେ ଭୋର୍ ୪ଟାରେ ସାହାଣମେଲା ଦର୍ଶନ ଆରମ୍ଭ ହେବ।

Comment