ଓଡ଼ିଶାଲାଇଭ ବ୍ୟୁରୋOdisha Without Border (Aseema Odisha) observes Plantation Programme in Bhubaneswar

ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କୁ ନେଇ ଗଠିତ ‘ଅସୀମ ଓଡ଼ିଶା’ ପକ୍ଷରୁ ବନୀକରଣ ଉଦ୍ଦେଶ୍ୟରେ ଜୁଲାଇ ୨୧, ରବିବାର ଦିନ ଭୁବନେଶ୍ୱରର କେତେକ ଅଞ୍ଚଳରେ ମଞ୍ଜି ରୋପଣ କରାଯାଇଛି।

ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପଳାସୁଣୀଠାରୁ ଦୟା ବ୍ରିଜ ମଧ୍ୟରେ ବିଭିନ୍ନ ସ୍ଥାନରେ ରାସ୍ତାକଡ଼ରେ ଏହି ମଞ୍ଜି ରୋପଣ କରାଯାଇଛି। ସାଧାରଣତଃ ବନୀକରଣ ପାଇଁ ବୃକ୍ଷରୋପଣ କରାଯାଉଥିଲା ବେଳେ ‘ଅସୀମ ଓଡ଼ିଶା’ ପକ୍ଷରୁ ଏହି ଭିନ୍ନ ତଥା ଅଭିନବ କାର୍ଯ୍ୟକ୍ରମ କରାଯାଇଛି।Odisha Without Border (Aseema Odisha) observes Plantation Programme in Bhubaneswar

ଅସୀମ ଓଡ଼ିଶାର ବରିଷ୍ଠ ସଦସ୍ୟ ଜଗନ୍ନାଥ ପ୍ରସାଦ ଉଦଗାତା, ସୀତାବଲ୍ଲଭ ମହାପାତ୍ର, ଗୁରୁକଲ୍ୟାଣ ମହାପାତ୍ର, ନରେଶ ରଥ ଏବଂ ଓଡ଼ିଶାଲାଇଭର ସଂପାଦକ ନୀଳାମ୍ବର ରଥଙ୍କ ସହ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ।

ରବିବାର ଅପରାହ୍‌ଣରେ ଅସୀମ ଓଡ଼ିଶା ଟିମ ରାସ୍ତାକଡ଼ରେ ଖାଲିଥିବା ସ୍ଥାନ ଦେଖି ନିମ୍ବ, କରଞ୍ଜ ଓ ତେନ୍ତୁଳି ଭଳି ବିଭିନ୍ନ ଗଛର ମଞ୍ଜି ପକାଇଥିଲେ।Odisha Without Border Aseema Odisha observes Plantation Programme in Bhubaneswar

ଜଗନ୍ନାଥ ପ୍ରସାଦ ଉଦଗାତା କହିଛନ୍ତି, ‘‘ଫନି ପରବର୍ତ୍ତୀ ସମୟରେ ଓଡ଼ିଶାରେ ଗଛର ବିଶେଷ ଆବଶ୍ୟକତା ରହିଛି। ତେବେ ଅନ୍ୟ ଅନେକ ଅନୁଷ୍ଠାନ ବୃକ୍ଷରୋପଣ କରୁଥିଲା ବେଳେ ଆମେ ବିଭିନ୍ନ ଗଛର ମଞ୍ଜି ସଂଗ୍ରହ କରି ନିର୍ବାଚିତ ସ୍ଥାନରେ ରୋପଣ କରିଥାଉ। ମୁଖ୍ୟତଃ ପ୍ରାକୃତିକ ପ୍ରକ୍ରିୟା ଭିତରେ ତା’ ଭିତରୁ ଅନେକ ଗଛ ସୃଷ୍ଟି ହେବ ଏବଂ ଆଗାମୀ ଦିନରେ ତାହା ସମାଜର କାମରେ ଆସିବ, ଏହା ଆମର ବିଶ୍ୱାସ।’’Odisha Without Border (Aseema Odisha) observes Plantation Programme in Bhubaneswar

ସୀତାବଲ୍ଲଭ ମହାପାତ୍ର କହିଛନ୍ତି, ‘‘ଅସୀମ ଓଡ଼ିଶା ପକ୍ଷରୁ ପ୍ରତିବର୍ଷ ଏଭଳି ଅଭିନବ କାମ କରାଯାଉଛି। ଆମେ ଯେତିକି ମଞ୍ଜି ପକାଉଛୁ ତା’ ଭିତରୁ ଯଦି ଶହେରେ ଗୋଟିଏ ଗଛ ଠିଆ ହୋଇପାରିଲା ତାହା କିଛି କମ୍ କଥା ନୁହେଁ।’’

ମଞ୍ଜି ହେଉକି ବୃକ୍ଷରୋପଣ ଆମ ଘର ଚାରିପାଖେ, ଆଖପାଖ ଅଞ୍ଚଳରେ, ରାସ୍ତାଧାରରେ ଏବଂ ଖାଲିଥିବା ସ୍ଥାନରେ ବିଭିନ୍ନ ପ୍ରକାର ଗଛ  ସୃଷ୍ଟି ଲାଗି ସମସ୍ତେ ଉଦ୍ୟମ କରିବାକୁ ଅସୀମ ଓଡ଼ିଶା ପକ୍ଷରୁ ଆହ୍ୱାନ ଦିଆଯାଇଛି।

Comment