ଓଡ଼ିଶାଲାଇଭ ବ୍ୟୁରୋ

Badadanda Mahotsav at Puri an Exclusive Photographs OdishaLIVE

(ଫଟୋ: ଷ୍ଟୁଡିଓ ମାମା, ପୁରୀ)

ପୁରୀରେ ପ୍ରଥମ ଥର ଲାଗି ଅନୁଷ୍ଠିତ ହୋଇଛି ‘ବଡ଼ଦାଣ୍ଡ ମହୋତ୍ସବ’।

ପୁରୀରେ ରଥଯାତ୍ରା ସରୁ ସରୁ ଆଉ ଏକ ନିଆରା ଉତ୍ସବ ଆରମ୍ଭ ହୋଇଛି। ଏହି ଉତ୍ସବ ହେଉଛି ‘ବଡ଼ଦାଣ୍ଡ ମହୋତ୍ସବ’। ପର୍ଯ୍ୟଟକ ଓ ଦେଖଣାହାରୀଙ୍କୁ ଆକୃଷ୍ଟ କରିବାକୁ ଏଣକି ସବୁଦିନ ରବିବାର ପୁରୀ ବଡ଼ଦାଣ୍ଡରେ ଦେଖିବାକୁ ମିଳିବ ଏହି ମହୋତ୍ସବ।

ପୁରୀର କଳା ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମିତି ଏକ ଅଭିନବ ପ୍ରୟାସ ଜୁଲାଇ ୨୧ରୁ ଆରମ୍ଭ ହୋଇଛି।

Badadanda Mahotsav at Puri an Exclusive Photographs OdishaLIVE

ଏହି କାର୍ଯ୍ୟକ୍ରମ ଜରିଆରେ ସବୁ ରବିବାର ପୁରୀ ବଡ଼ଦାଣ୍ଡରେ ଭଜନ, ସଂକୀର୍ତ୍ତନ, ସାହିଯାତ, ଓଡ଼ିଶୀ , ଗୋଟିପୁଅ ନୃତ୍ୟ, ଝୋଟି, ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଲକ୍ଷ ରଖିଛି ପ୍ରଶାସନ।

ଗତକାଲି ବଡ଼ଦାଣ୍ଡରେ କିଏ ଝୋଟି ଚିତା ଆଙ୍କୁଥିଲା ତ କିଏ ପଟ୍ଟଚିତ୍ର ଆଙ୍କୁଥିଲା। ଓଡ଼ିଶୀ, ଗୋଟିପୁଅ, ସାହିଯାତ ନୃତ୍ୟ ଦେଖଣାହାରୀଙ୍କୁ ମୁଗ୍ଧ କରିଥିଲା। କୁନି କୁନି ପିଲାମାନେ ରଙ୍ଗତୁଳୀ ଧରି ମହାପ୍ରଭୁଙ୍କ ଚିତ୍ର ଆଙ୍କୁଥିଲେ।

ଓଡ଼ିଶା କାରୁ ଓ ଚାରୁକଳା ମହାବିଦ୍ୟାଳୟର ଶିଳ୍ପୀମାନେ ରଙ୍ଗତୁଳୀରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ପେଣ୍ଟିଂ କରିଥିଲେ। ପୁରୀକୁ ଆସିଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଏହି ଦୃଶ୍ୟ ସୃଷ୍ଟି କରିଥିଲା ଆଧ୍ୟାତ୍ମିକ ପରିବେଶ।

Badadanda Mahotsav at Puri an Exclusive Photographs OdishaLIVE

ଏହି କାର୍ଯ୍ୟକ୍ରମରେ ଯୁବତୀ ଓ ମହିଳାମାନେ ବିଭିନ୍ନ ପ୍ରକାର ଝୋଟି ଆଙ୍କିଥିଲେ। ପ୍ରାୟ ୭/୮ଟି ଦଳ ଏହି ଝୋଟି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କିଏ ପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଆଙ୍କୁଥିଲେ ତ ଆଉ କେହି ଭିନ୍ନ ଭିନ୍ନ ଫୁଲ ଆଙ୍କୁଥିଲେ।

କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ  ନିର୍ଦ୍ଦେଶକ ବିଶାଲ ସିଂହ, ଉପଜିଲ୍ଲାପାଳ ଭବତାରଣ ସାହୁ ଶୁଭାରମ୍ଭ କରିଥିଲେ। ଏହାପରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସାମୂହିକ ଦୀପଦାନ କରାଯାଇଥିଲା। ନାମ ସଂକୀର୍ତ୍ତନ ଦଳ ସହ ବିଭିନ୍ନ ଅନୁଷ୍ଠାନର ଶିଳ୍ପୀ, ଶ୍ରଦ୍ଧାଳୁ, ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା କରି କରିଥିଲେ। ତା’ପରେ ଆରମ୍ଭ ହୋଇଥିଲା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ।

Badadanda Mahotsav at Puri an Exclusive Photographs OdishaLIVE

‘‘ବଡ଼ଦାଣ୍ଡ ମହୋତ୍ସବ କାର୍ଯ୍ୟକ୍ରମ ଜରିଆରେ ସିଂହଦ୍ୱାର ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ମନରେ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି ହେବ’’, କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଏକଥା କହିଥିଲେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ।

ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ‘‘ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଲୋକ ଭାଗ ନେଇପାରିବେ। ସମସ୍ତଙ୍କ ସହଯୋଗ ମିଳିଲେ ଏହା ଅଧିକ ଆଦୃତ ହୋଇପାରିବ।’’

ବଡ଼ଦାଣ୍ଡରେ ଆୟୋଜିତ ହୋଇଥିବା ଏହି ନିଆରା କାଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଉଛି।

Badadanda Mahotsav at Puri an Exclusive Photographs OdishaLIVE

Comment