ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ବିର୍ଲା ଗ୍ଲୋବାଲ ୟୁନିଭର୍‌ସିଟି (ବିଜିୟୁ) ବାଣିଜ୍ୟ ବିଭାଗର କମେନ୍ସମେଣ୍ଟ ଡେ’ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟରେ ନୂଆକରି ପ୍ରବେଶ କରିଥିବା ବାଣିଜ୍ୟ ପାଠ୍ୟକ୍ରମର ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯାଇଥିଲା।

ବିଶ୍ୱବିଦ୍ୟାଳୟ ଅଡିଟୋରିଅମ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚଦଶ ଅର୍ଥ କମିଶନର ଅଧ୍ୟକ୍ଷ ରବି ନାରାୟଣ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ସିନିୟର ଚାଟାର୍ଡ ଆକାଉଣ୍ଟାଣ୍ଟ ସିଏ ରାଜୀବ ଶେଖର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ରବି ନାରାୟଣ ସେନାପତି କହିଥିଲେ, ‘‘ବର୍ତ୍ତମାନ ଇ-କମର୍ସର ଚାହିଦା ବହୁତ ଭାବେ ବଢ଼ି ଚାଲିଛି। ଯାହା ଆଜିର ଯୁବପିଢ଼ିଙ୍କୁ ନିଯୁକ୍ତିର ଏକ ନୂତନ ଦିଗ ଦେଖାଇଛି।’’

ସିଏ ରାଜୀବ ଶେଖର ସାହୁ କହିଛନ୍ତି, ‘‘ବାଣିଜ୍ୟ ଛାତ୍ରଛାତ୍ରୀ ସବୁବେଳେ ଭିନ୍ନ ଥା’ନ୍ତି। କାରଣ ସେମାନେ ସବୁ କ୍ଷେତ୍ରରେ ଉନ୍ନତି ପଛର ମେରୁଦଣ୍ଡ ଭାବେ କାର୍ଯ୍ୟ କରିଥା’ନ୍ତି।’’

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗାମୀ ୫ବର୍ଷରେ ଭାରତ ଅର୍ଥନୀତିରେ ଯଦି ଆଖି ଦୃଷ୍ଟିଆ ଉନ୍ନତି ଘଟେ ତେବେ ତାହା ପଛରେ ବାଣିଜ୍ୟ ଛାତ୍ରଛାତ୍ରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ।

ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର କୁଳପତି ଅଧ୍ୟାପକ ସୁଧାକର ପଣ୍ଡା କହିଥିଲେ, “ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ସବୁ ସମୟରେ ପରିବର୍ତ୍ତନକୁ ସ୍ୱାଗତ କରିଛି ଏବଂ ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରିଛିା ବାଣିଜ୍ୟ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଖରେ ସବୁବେଳେ ଶୃଙ୍ଖଳାଜ୍ଞାନ ରହିବା ନିହାତି ଆବଶ୍ୟକ। ଏହାସହ ସମସ୍ତ କ୍ଷେତ୍ରରେ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ପ୍ରବୀଣ ହେବା ଆବଶ୍ୟକ।’’

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡକ୍ଟର ବି କେ ଦାସ, ବିର୍ଲା ସ୍କୁଲ ଅଫ୍ କମର୍ସର ଡିନ୍‌ ସାମସନ୍ ମହାରଣା, ବିର୍ଲା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ଡିନ୍‌ ପ୍ରଫେସର ପରମେଶ୍ୱର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଡକ୍ଟର ପରାଗ ଦିୱାନ ଯୋଗଦେଇ ଥିଲେ।

ବାଣିଜ୍ୟ ବିଭାଗର କମେନ୍ସମେଣ୍ଟ ଡେ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ ବେଶ୍ ଖୁସି ଥିବା ଦେଖିବାକୁ ମିଳିଥିଲା। ବିର୍ଲା ୟୁନିଭରସିଟିର କ୍ୟାମ୍ପସ୍ ପାଠପଢ଼ା ପାଇଁ ବେଶ୍ ଉପଯୋଗୀ ବୋଲି ଛାତ୍ରଛାତ୍ରୀମାନେ କହିଥିଲେ।

ବିର୍ଲା ଗ୍ଲୋବାଲ ୟୁନିଭରସିଟିରେ ବାଣିଜ୍ୟ ବିଭାଗର ନୂତନ ଛାତ୍ରଛାତ୍ରୀଙ୍କ ସମତେ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ବିବିଏ-ଏଲ୍ଏଲବି ସହ ଏମବିଏ, ଜର୍ଣ୍ଣାଲିଜମ ଭଳି ପେସାଦାର ପାଠ୍ୟକ୍ରମ ମଧ୍ୟ ରହିଛି। ଏହାସହ ସୋସିଆଲ ସାଇନ୍ସ ଆଣ୍ଡ ହ୍ୟୁମାନିଟିସ୍‌ ଏବଂ କମର୍ସ ଆଦି ବିଭାଗରେ ସ୍ନାତକ ଏବଂ ସ୍ନାତକୋତ୍ତର ଶିକ୍ଷା ପ୍ରଦାନ କରାଯାଉଛି।

LEAVE A REPLY

Please enter your comment!
Please enter your name here