ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ଜୟପୁରରେ ବେଧଡ଼କ ଚାଲିଥିବା ଗଞ୍ଜେଇ ଚୋରା ଚାଲାଣକୁ ରୋକିବା ପାଇଁ ପୋଲିସ ଆରମ୍ଭ କରିଥିଲା ଅପରେସନ ଗ୍ରିନ କ୍ଲିନ ୨.୦।ଏହି ଅପରେସନକୁ ସଫଳ କରିଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆଜି  ଜିଲ୍ଲା ପୋଲିସ ତରଫରୁ ପୁରସ୍କୃତ କରାଯାଇଛି।

ଜୟପୁର ଏସ୍‌ଡିପିଓ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ଏସ୍‌ପି କନଓ୍ୱର ବିଶାଳ ସିଂ, ଏସ୍‌ଡିପିଓ ସାଗରିକା ନାଥ ଉପସ୍ଥିତ ରହି ଜୟପୁର ଉପଖଣ୍ଡ ପୋଲିସର ଥାନା ଅଧିକାରୀ ଏବଂ କର୍ମଚାରୀଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ।

ଏହି ଅପରେସନ ମାଧ୍ୟମରେ ପୋଲିସ ୭ ମାସ ଭିତରେ ୪୪ଟି  ଚାଲାଣକାରୀଙ୍କ ଉପରେ ଚଢାଉ କରି ମାମଲା ରୁଜୁ କରିଛି। ୧୨୦ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ  ଆମ୍ବୁଲାନ୍ସଗାଡି, ଟ୍ୟାଙ୍କର ସହ  ୪୯ଟି ଗାଡି ଜବତ କରିଛି।

୧୨୦ ଗିରିଫଙ୍କ ମଧ୍ୟରେ ୭୦ ଜଣ  ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା, ଛତିଶଗଡ଼ର ବୋଲି ଜଣାପଡ଼ିଛି। ଏମାନଙ୍କ ଠାରୁ ପୋଲିସ  ୭ ହଜାର ୮୫୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି।

ଜୟପୁର ଟାଉନ ଥାନା ଅଧିକାରୀ ବାଲେଶ୍ୱର ଗିଧି, ସଦର ଥାନା ଅଧିକାରୀ ଧିରେନ୍ଦ୍ର କୁମାର ବେହେରା, ଟାଉନ ଥାନା ଏସ୍‌ଆଇ ଶିବ ଶଙ୍କର ସାହୁ, ବୈପାରିଗୁଡା ଥାନା ଅଧିକାରୀ ରମେଶ କୁମାର ଦେବତା, କୁନ୍ଦୁରା ଥାନା ଏସ୍‌ଆଇ ଶିବା ରଣବିଦା, ହାବିଲଦାର ଅଜିତ କୁମାର ହୋତା,   କନେଷ୍ଟବଲ ଦେବୀପ୍ରସାଦ ମଲ୍ଲିକ,  ସୁଜିତ କୁମାର ପଣ୍ଡା, ଏନ ସିବା, ଲକ୍ଷ୍ମୀନାରାୟଣ ସ୍ୱାଇଁ, ଡ୍ରାଇଭର ଡି କେ ବିଶ୍ୱାଳ, ହୋମଗାର୍ଡ ଆରସି ଭୂୟାଁ , ଅନୁରୁଦ୍ଧିନ ଖାନ୍‌, ଓ ସାଇବର ଟିମର କନେଷ୍ଟବଲ ରାକେଶ ପାଳଙ୍କୁ ଏସ୍‌ପି ପୁରସ୍କୃତ କରିଥିଲେ।

Comment