ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନର ବାହାରିବ ଫଳାଫଳ। କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଚାଲିଛି ଭୋଟ ଗଣତି। ୨୦୦ କର୍ମଚାରୀ ସାମିଲ ହୋଇ ଭୋଟ ଗଣତି କରୁଛନ୍ତି।

ଅପରାହ୍‌ଣ ସୁଦ୍ଧା ଜଣାପଡ଼ିବ କାହାମୁଣ୍ଡରେ ପାଟକୁରାବାସୀ ପିନ୍ଧାଇଛନ୍ତି ବିଜୟ ମୁକୁଟ। ପାଟକୁରାରେ ଚାଲିଥିଲା ହାଇଭୋଲଟେଜ ନିର୍ବାଚନ ପ୍ରଚାର। ନିର୍ବାଚନ ମଇଦାନରେ ଥିଲେ ୧୦ ପ୍ରାର୍ଥୀ। ହେଲେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲା, ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଏବଂ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ମଧ୍ୟରେ ଚାଲିଥିଲା ଜୋରଦାର ଟକ୍କର। ଏହି ତିନି ପ୍ରାର୍ଥୀଙ୍କ ମଧ୍ୟରୁ କିଏ ଜିତିବ ତା’ ଉପରେ ରହିଛି ସମସ୍ତଙ୍କ ନଜର। ପାଟକୁରାର ୩୦୯ଟି ବୁଥ୍ରେ ଗତ ୨୦ ତାରିଖରେ ହୋଇଥିଲା ଭୋଟ।

ମୋଟ ୧୮ ରାଉଣ୍ଡରେ ଭୋଟ ଗଣତି କରାଯିବ। ପ୍ରଥମେ ଡେରାବିଶ ବ୍ଲକର ଭୋଟ ଗଣତି କରାଯିବ। ପରେ ଗରଦପୁର ଓ ମାର୍ଶାଘାଇ ବ୍ଲକର ଭୋଟ ଗଣନା କରାଯିବାକୁ ବ୍ୟବସ୍ଥା ରହିଛି। ଭୋଟ ଗଣନା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବ।

ଭୋଟ ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କେନ୍ଦ୍ରାପଡ଼ା ଏସ୍ ପି ନୀତିଶେଖର ସୂଚନା ଦେଇଛନ୍ତି।

Comment