ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ପୁଣି ଜବତ ହେଲା ଧଳା ଜହର। ମଙ୍ଗଳବାର ଅବକାରୀ ବିଭାଗ ଭୁବନେଶ୍ୱର ଧଉଳି ଛକ ନିକଟରୁ ୧୦୦ ଗ୍ରମର ବ୍ରାଉନ୍‌ ସୁଗାର ଜବତ କରିଛି। ଏହି ଘଟଣାରେ ପୋଲିସ୍‌ ୨ ଜଣଙ୍କୁ ଗିରଫ୍‌ କରିଛି।

ଗିରଫ ହୋଇଥିବା ଦୁଇ ବ୍ରାଉନ୍‌ ସୁଗାର ବେପାରୀ ହେଲେ ବାଙ୍କି ଥାନ୍ତା ଅନ୍ତର୍ଗତ ଜାମୂଝାରି ଗାଁର ଅଜୟ ପ୍ରଧାନ ଏଂ ସନାତନ ପ୍ରଧାନ।

ଅବକାରୀ ବିଭାଗର ଏକ ମୋବାଇଲ ସ୍କ୍ୱାଡ୍‌ ଧଉଳି ଛକ ନିକଟରେ ଏମାନଙ୍କ ଉପରେ ଚଢ଼ଉ କରିଥିଲା। ସେମାନେ ଜଳେଶ୍ୱରରୁ ଭୁବନେଶ୍ୱରକୁ ଫେରୁଥିଲେ। ଅବକାରୀ ବିଭାଗ ମେସାନଙ୍କଠାରୁ ୧୦୦ ଗ୍ରାମ୍‌ର ବ୍ରାଉନ୍‌ ସୁଗାର ଜବତ କରିଛି। ଯାହାର ଅନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ମୂତାବିକ, ଦୁଇ ଅଭିଯୁକ୍ତ ଜଳେଶ୍ୱରରୁ ବ୍ରାଉନ୍‌ ସୁଗାର ଆଣି ଭୁବନେଶ୍ୱର, କଟକ, ପୁରୀ ଏବଂ ଖୋର୍ଦ୍ଧା ବଜାରରେ ବିକ୍ରି କରୁଥିବାର ସୂଚନା ମିଳିଛି। ଗିରଫ୍‌ ହେବା ପରେ ଝାରପଡ଼ା ଜେଲ୍‌ ପଠାଯାଇଛି। କୋର୍ଟ ଦୁଇ ଅଭିଯୁକ୍ତଙ୍କ ଜାମିନ୍‌କୁ ଖାରଜ କରିଥିବା ସୂଚନା ମିଳିଛି।

Comment