ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉପକୂଳ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣଝଡ଼ ପାଇଁ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି। ତେଣୁ ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଡେବାର ସମ୍ଭାବଡ଼ା ରହିଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟର ୧୪ଟି ଜିଲ୍ଲାରେ ବର୍ଷା ହେବାର ସମ୍ବାବନା ରହିଛି। ଏନେଇ ଭୁବନେଶ୍ୱରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଜି ଅନୁଗୁଳ, ବଲାଙ୍ଗିର, ବୌଦ୍ଧ, ଭଦ୍ରବକ, ଦେବଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରପଡ଼ା, ମୟୁରଭଞ୍ଜ, ନୂଆପଡ଼ା, ସମ୍ବଲପୁର ଏବଂ ସୋନପୁର ଜିଲ୍ଲାରେ ଝଡ଼ତୋଫାନ ସହ ବର୍ଷା ହେବାର ସମ୍ଭାବନା ରହିଛି।

ଅପ୍‌ରାହଣ ୩.୪୫ରୁ ସନ୍ଧ୍ୟା ୭.୪୫ ଯାଏଁ ଏହି ସବୁ ସ୍ଥାନଗୁଡ଼ିକରେ ଝଡ଼ତୋଫାନ ସହ ବର୍ଷା ହେବାର ସମ୍ଭାବନା ରହିଛି।

Comment