ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ନେଇ ସାଂସଦଙ୍କ ଦାବି। କୋରାପୁଟ ସାଂସଦ ସପ୍ତଗିରି ଉଲକା ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇ ଦାବି କରିଛନ୍ତି। ଏନେଇ ସାଂସଦ କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

କୋରାପୁଟ ଜିଲ୍ଲାର ସାଂସଦୀୟ କ୍ଷେତ୍ର ହେଉଛି ଜୟପୁର ସହର। ଅବିଭକ୍ତ କୋରାପୁଟ ଜିଲ୍ଲାର ଏହା ହେଉଛି ପ୍ରାଣକେନ୍ଦ୍ର। ତେଣୁ ଏହି ସ୍ଥାନରେ ଏକ କେନ୍ଦ୍ରୀୟ ବିଦ୍ୟାଳୟର ଅବଶ୍ୟକତା ରହିଥିବା ସାଂସଦ ସପ୍ତଗିରି ଉଲକା କହିଛନ୍ତି।

ଗଥ ଫେବ୍ରୁଆରି ୮ରେ ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବଙ୍କ ଜରିଆରେ ଜିଲ୍ଲା ଶିକ୍ଷାଧିକାରି ରାଜ୍ୟ ସରକାରଙ୍କୁ ଏକ ଫିଜିବିଲିଟି ରିପୋର୍ଟ ପ୍ରଦାନ କରିଥିଲେ। ତେଣୁ ବିଭାଗ ଆବଶ୍ୟକ ପଦକ୍ଷେପ ନେଇ ଚଳିତ ଶିକ୍ଷାବର୍ଷରେ ନାମ ଲେଖାଇ ପାଠ ପଢାଇବାର ବ୍ୟବସ୍ଥା କରନ୍ତୁ ବୋଲି ଏପମି ଉଲ୍ଲାକା ଦାବି କରିଛନ୍ତି।

Comment