ଓଡ଼ିଶାଲାଇଭ ବ୍ୟୁରୋ

କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ ଭଲ। ଏହା ଶରୀରକୁ ଶକ୍ତି ଯୋଗାଇ ଥାଏ। ହେଲେ ବେଳେ ବେଳେ ଆମେ ଜାଣତରେ ବା ଅଜାଣତରେ କ୍ଷୀର ସହ କିଛି ଏମିତି ଖାଦ୍ୟ ସେବନ କରି ଦେଇଥାଉ ଯାହା ଆମ ପାଇଁ ହାନିକାରକ ହୋଇଥାଏ।

ଏଥିପାଇଁ ଜାଣି ରଖନ୍ତୁ କ୍ଷୀର ସହ କେଉଁ ଜିନିଷ ଖାଇବେ ନାହିଁ…

କ୍ଷୀର ସହ କେବେ ଦହି ଖାଇବେ ନାହିଁ। ଏମିତି କଲେ ଏସିଡିଟି, ଗ୍ୟାସ, ବାନ୍ତି ଭଳି ସମସ୍ୟା ଦେଖାଯାଇଥାଏ।

କ୍ଷୀର ପିଇବାର ଏକ ଘଣ୍ଟା ପୂର୍ବରୁ ଏବଂ ଏକ ଘଣ୍ଟା ପରେ ଫଳ ଖାଇବା ଆଦୌ ଉଚିତ ନୁହେଁ। ଏମିତି କରିବା ଦ୍ୱାରା ଖାଦ୍ୟ ହଜମ ହୋଇନଥାଏ।

କଦଳୀ ଓ କ୍ଷୀର ଏକ ସାଙ୍ଗରେ ଖାଆନ୍ତୁ ନାହଁ। ଏମିତି କଲେ କଫ ହୋଇଥାଏ।

କ୍ଷୀର ଏବଂ ମାଛ ଏକା ସାଙ୍ଗରେ ଖାଇବା ମଧ୍ୟ ହାନିକାରକ ହୋଇଥାଏ। ଏହାଦ୍ୱାରା ଗ୍ୟାସ, ଆଲର୍ଜି ଭଳି ସମସ୍ୟା ଦେଖାଯାଇଥାଏ।

କ୍ଷୀର ସହ କିଛି ଭାରି ଜିନଷ ଖାଆନ୍ତୁ ନାହଁ। ଏମିତି କଲେ ପେଟରେ ଭାରିପଣ ଅନୁଭବ ହୋଇଥାଏ। ଏଥିସହ କ୍ଷର ସହ କିଛି ବି ଲୁଣିଆ ଜିନିଷ ଖାଆନ୍ତୁ ନାହିଁ।

Comment