ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପ୍ରକାଶ ପାଇବ ବି.ଟେକ୍ ସମେତ ଲାଟେରାଲ ଏଣ୍ଟ୍ରି ଇଞ୍ଜିନିୟରିଂ, ଏମ୍ବିଏ, ଏମ୍ସିଏ, ବି.ଫାର୍ମା, ଏମ୍. ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ଏମ୍ସିଏ ପାଠ୍ୟକ୍ରମର ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ। ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟ https://ojee.nic.in ନିଜର ରେଜଲ୍ଟ ଜାଣିପାରିବେ।
ରାଜ୍ୟରେ ଖାଲି ପଡ଼ିଥିବା ଇଂଜିନିୟରିଂ ସିଟ୍ ପାଇଁ ଜୁଲାଇ ୨୧ରେ ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
ଛାତ୍ରଛାତ୍ରୀମାନଙ୍କ ପାଇଁ ଜୁନ ୩୦ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ଓଜେଇଇରେ ତଥା ଓଜେଇଇ କାଉନସେଲିଂରେ ସାମିଲ ହୋଇପାରି ନଥିଲେ ସେମାନେ ଏହି ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଦେଇଥିଲେ।
ଏହି ସ୍ୱତନ୍ତ୍ର ଓଜେଇଇରେ୧୪ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ୱରରେ ସର୍ବାଧିକ ୯ଟି ପରୀକ୍ଷା କେନ୍ଦ୍ରରେ ୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।
ଜୁଲାଇ ୨୭ରୁ ୨୯ ମଧ୍ୟରେ ଛାତ୍ରଛାତ୍ରୀମାନେ ରାଙ୍କ କାର୍ଡ ଡାଉନ୍ଲୋଡ କରିବା ସହ ଅନ୍ଲାଇନ୍ରେ ପଞ୍ଜୀକରଣ ଓ ଚଏସ୍ ଫିଲିଂ କରିପାରିବେ।
୩୦ତାରିଖରେ ସିଟ୍ ଆଲଟ୍ମେଣ୍ଟ ହେବ। ଅଗଷ୍ଟ ୧ ଓ ୨ରେ ନୋଡାଲ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ଅଗଷ୍ଟ ୩ରେ ଛାତ୍ରଛାତ୍ରୀମାନେ କଲେଜରେ ରିପୋର୍ଟ କରିପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।











