ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୩ ମେ’ ମାସ ଦ୍ଵିତୀୟ ସପ୍ତାହରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ। ଏଥିଲାଗି ମେ’ ୮, ୯, ୧୦, ୧୧ ଓ ୧୨ ତାରିଖରେ ପ୍ରବେଶିକା ପରୀକ୍ଷା କରାଯିବ। ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହେବ। ଏନେଇ ଶନିବାର ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଓଜେଇଇ ପରୀକ୍ଷା ପାଇଁ ଫେବ୍ରୁଆରି ୧୦ ତାରିଖରୁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିଲାଗି ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ୍‌ ରେ ଫର୍ମ ପୂରଣ କରିପାରିବେ।

ମେ’ ମାସରେ ପ୍ରଥମ ପର୍ଯ୍ୟାୟ ଓଜେଇଇ ପରୀକ୍ଷା ପରେ ଜୁଲାଇ ମାସରେ ସ୍ଵତନ୍ତ୍ର ଓଜେଇଇ ପରୀକ୍ଷା ହେବ। ଏହି ସବୁ କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା ପରିଚାଳନା କରିବା ପାଇଁ ଓଜେଇଇ ପକ୍ଷରୁ ଟେଣ୍ଡର ଆହ୍ଵାନ କରାଯାଇଛି। ଆଇଟି କମ୍ପାନିଗୁଡ଼ିକ ଏଥିରେ ଭାଗ ନେଇ ପରିବେ।

ଓଡ଼ିଶାରେ ଥିବା ସରକାରୀ ଓ ଘରୋଇ ବିଶ୍ଵବିଦ୍ୟାଳୟ ତଥା କଲେଜର ବି.ଫାର୍ମା, ଏମସିଏ, ଏମବିଏ, ଏମ୍‌.ଟେକ୍‌, ଏମ୍‌.ଫାର୍ମା ଭଳି ପାଠ୍ୟକ୍ରମରେ ନାମଲେଖା ପାଇଁ ଓଜେଇଇ ପକ୍ଷରୁ ପ୍ରତିବର୍ଷ ଏହି ପ୍ରବେଶିକା ପରୀକ୍ଷା କରାଯାଏ।

Tags: #OJEE #EntranceExam #ComputerBasedTest #Odisha

Comment