ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ମେ’ ମାସ ୬ରୁ ୧୦ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ଏହି ପରୀକ୍ଷା ହେବ। ଏଥିପାଇଁ ଓଡ଼ିଶରେ ୩୦ଟି ଏବଂ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର ରହିବ। ଏନେଇ ଗୁରୁବାର ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଓଜେଇଇ ପରୀକ୍ଷା ପାଇଁ ଜାନୁଆରି ୨୫ ତାରିଖରୁ ଅନଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିଲାଗି ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ୍‌ ରେ ଫର୍ମ ପୂରଣ କରିପାରିବେ।

ଏହାପରେ ମାର୍ଚ୍ଚ ୧୬ ଓ ୧୭ ତାରିଖରେ ଆବେଦନ ଫର୍ମ ସଂଶୋଧନ ହେବ। ଶେଷରେ ମାର୍ଚ୍ଚ ୧୭ ତାରିଖରେ ଆବେଦନ ଫି ଦାଖଲ କରିବେ ପରୀକ୍ଷାର୍ଥୀ। ମାର୍ଚ୍ଚ ୩୦ ତାରିଖରେ ଓଜେଇଇ ପରୀକ୍ଷା ପାଇଁ ଆଡମିଟ କାର୍ଡ ମିଳିବ।

ପରୀକ୍ଷାର୍ଥୀମାନଙ୍କୁ ଓଜେଇଇ ଆବେଦନ ଫର୍ମକୁ ସଠିକ୍ ଭାବରେ ଯାଞ୍ଚ କରି ପୂରଣ କରିବା ନେଇ ପରାମର୍ଶ ଦିଆଯାଇଛି। ଏହାର ଯୋଗ୍ୟତା ମାନଦଣ୍ଡ, ସଂରକ୍ଷଣ ନୀତି, ପରୀକ୍ଷା ଢାଞ୍ଚା ଏବଂ ସିଲାବସ୍ ଆଦି ସମ୍ବନ୍ଧରେ ବିସ୍ତୃତ ସୂଚନା ଓଜେଇଇ ୱେବସାଇଟରେ ଉପଲବ୍ଧ ରହିଛି।

ଓଡ଼ିଶାରେ ଥିବା ସରକାରୀ ଓ ଘରୋଇ ବିଶ୍ଵବିଦ୍ୟାଳୟ ତଥା କଲେଜର ଏମସିଏ, ଏମବିଏ, ବି.ଫାର୍ମା, ଏମ୍‌.ଫାର୍ମା ଓ ଅନ୍ୟାନ୍ୟ ପାଠ୍ୟକ୍ରମରେ ନାମଲେଖା ପାଇଁ ଓଜେଇଇ ପକ୍ଷରୁ ପ୍ରତିବର୍ଷ ଏହି ପ୍ରବେଶିକା ପରୀକ୍ଷା କରାଯାଏ।

Tags: #OJEE #EntranceExam #ComputerBasedTest #Education #Odisha

Comment