ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଆଗାମୀ ଦୁଇ ଦିନରେ ବର୍ଷା ନହେଲେ ରାଜ୍ୟରେ ପରିସ୍ଥିତି ଗମ୍ଭୀର ହେବ”, ଆଜି ବିଧାନସଭାରେ ଏଭଳି ବିବୃତ୍ତି ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍‌ଣ୍ଡି।

ଚଳିତ ବର୍ଷ ରାଜ୍ୟରେ ଖୁବ୍‌କମ୍‌ ବର୍ଷା ହୋଇଛି। ଏହାକୁ ନେଇ ରାଜ୍ୟରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ମରୁଡ଼ି ସ୍ଥିତି ପାଇଁ ଚିନ୍ତା ପ୍ରକଟ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍‌ଣ୍ଡି। ଶୁକ୍ରବାର ବିଧାନସଭାରେ ଏନେଇ ମନ୍ତ୍ରୀ ସୁଦାମ ମାର୍‌ଣ୍ଡି ନିଜ ପ୍ରତିକ୍ରିୟା ରଖିଛନ୍ତି।

ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, “ଚଳିତ ବର୍ଷ ଓଡ଼ିଶାର ୨୫ଟି ଜିଲ୍ଲାର ୨୩୫ଟି ବ୍ଲକରେ ଖୁବ୍‌କମ୍‌ ବର୍ଷା ହୋଇଛି। ଯଦି ଆଗାମୀ ୨ରୁ ୩ଦିନ ମଧ୍ୟରେ ଆବଶ୍ୟକୀୟ ବର୍ଷା ନହୁଏ, ତେବେ ରାଜ୍ୟରେ ସ୍ଥିତି ଗମ୍ଭୀର ହେବ।”

ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଇବାରେ ଲାଗିଥିବା ମନ୍ତ୍ରୀ ସୁଦାମ ରାର୍‌ଣ୍ଡି କହିଛନ୍ତି। ଏହି କାରଣରୁ ଚାଷ ଜମିକୁ ଜଳ ଯୋଗାଇ ହେଉନି। ଏହାକୁ ନେଇ ଚିନ୍ତାରେ ଚାଷୀ। ଯଦି ବର୍ଷା ନ ହୁଏ, ତେବେ ସ୍ଥିତି ଅସମ୍ଭାଳ ହେବ। ସାମ୍ଭାବ୍ୟ ମରୁଡ଼ିକୁ ଦୃଷ୍ଟିରେ ରଖି ରାଜ୍ୟରେ ପରିଚାଳନା କମିଟି ଗଠନ କରାଯାଇଛି। କମିଟି ବର୍ତ୍ତମାନ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରୁଛି। ଭବିଷ୍ୟତରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

LEAVE A REPLY

Please enter your comment!
Please enter your name here