ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗାମୀ ୭ ଦିନ ଧରି ରାଜ୍ୟରେ ବର୍ଷା ନାହିଁ। ବର୍ଷାର ପ୍ରଭାବ ଦୁର୍ଗାପୂଜା ଉପରେ ପଡ଼ିବ ନାହିଁ। ଏନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଆଗାମୀ ୭ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ। ରାଜ୍ୟର ଅଳ୍ପ କେତକ ସ୍ଥାନରେ ଘଡଘଡି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି।

ସେପ୍ଟେମ୍ବର ମାସରେ ବର୍ଷାର ପରିମାଣ ଅଧିକ ରହିଥିଲା। ଫଳରେ ଦୁର୍ଗାପୂଜା ବର୍ଷାରେ ଫିକା ପଡ଼ିବ ବୋଲି ଅନୁମାନ କରାଯାଉଥିଲା। ପାଣିପାଗ କେନ୍ଦ୍ର ପକ୍ଷରୁ ବର୍ଷା ସମ୍ଭାବନା ନଥିବା କୁହାଯିବା ପରେ ଏଥର ଦୁର୍ଗାପୂଜା ଧୂମଧାମରେ ପାଳନ ହେବ ବୋଲି ଅନୁମାନ କରାଯାଉଛି ।

Comment