ଓଡ଼ିଶାଲାଇଭ ବ୍ୟୁରୋ
୧୯୯୯ମେ ମାସରୁ ଜୁଲାଇ ମାସ ମଧ୍ୟରେ ହୋଇଥିବା କାର୍ଗିଲ ଯୁଦ୍ଧରେ ଓଡ଼ିଶାର ୧୩ ଜଣ ସୈନିକ ପ୍ରାଣବଳି ଦେଇଥିଲେ। ସେମାନେ ହେଲେ :
ମେଜର ପଦ୍ମପାଣି ଆଚାର୍ଯ୍ୟ, ଡ୍ରାଇଭର ଗୋପିନାଥ ମହାରଣା, ଫ୍ଲାଇଟ ଇଞ୍ଜିନିଅର ରାଜ କିଶୋର ସାହୁ, ଲାନ୍ସ ନାଏକ ରାମ କୁମାର ପ୍ରଧାନ, ନାଏକ ସଚିଦାନନ୍ଦ ମଲ୍ଲିକ, ଲାନ୍ସ ନାଏକ ମାନସ ରଞ୍ଜନ ସାହୁ, ରାଇଫଲ ମ୍ୟାନ ଲିଙ୍କନ ପ୍ରଧାନ, ସର୍ଜଣ୍ଟ ରାଜ କିଶୋର ସାହୁ, ଶ୍ରୀନିବାସ ପାତ୍ର, ସିଗ୍ନାଲ ମ୍ୟାନ ରାଜନ ସାହୁ, ଗଙ୍ଗାରାମ ଦାସ
ବୁଧୁ ରାମ, ନିରଞ୍ଜନ।
ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୨୬, ୧୯୯୯ରେ ୭୩ ଦିନର ଯୁଦ୍ଧ ଶେଷ ହୋଇଥିଲା। ଭାରତୀୟ ସେନା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ କାର୍ଗିଲ, ଡ୍ରାସ, ଟୋଲଲିଙ୍ଗ, ବତାଲିକ ଓ ତୁର୍ତ୍ତକ ସେକ୍ଟରରୁ ଲାଇନ ଅଫ କଂଟ୍ରୋଲର ଅପର ପଟକୁ ହଟାଇ ଦେଇଥିଲେ।
ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ କେନ୍ଦ୍ରରେ ସେତେବେଳେ ସରକାର ଚାଲିଥିଲା। କାର୍ଗିଲ ଯୁଦ୍ଧ ଜିତିବା ପାଇଁ କିନ୍ତୁ ଭାରତକୁ ବହୁ ମୂଲ୍ୟ ଦେବାକୁ ପଡ଼ିଥିଲା। ଏଥିରେ ୫୨୭ ସୈନିକ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରେ କୋଡ଼ିଏ ଜଣ ଅଫିସର, ୨୩ ଜଣ ଜୁନିଅର କମାଣ୍ଡ ଅଫିସର, ୪୭୫ ଯବାନ ଥିଲେ। ୧୭୦୦ ପାଖାପାଖି ଆହତ ହୋଇଥିଲେ।
















