ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ ଟିମ୍‌କୁ ମିଳିଲା ନୂଆ ସ୍ପନ୍ସର ‘ବାୟଜୁ’। ଟିମ୍‌ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍ ଗ୍ରସ୍ତ ଶେଷ ପରେ ଓପୋ ବଦଳରେ ବାୟଜୁ ଇଣ୍ଡିଆ ଲେଖାଥିବା ଜର୍ସି ପିନ୍ଧିବ ଟିମ୍ ଇଣ୍ଡିଆ। ଚୀନ୍‌ ମୋବାଇଲ୍ କମ୍ପାନି ଓପୋ ଟିମ୍ ଇଣ୍ଡିଆର ସ୍ପନ୍ସର ହେବାକୁ ଅନିଚ୍ଛା ପ୍ରକାଶ କରିବାପରେ ଏହି ଅଧିକାରକୁ ବାୟଜୁ ଇଣ୍ଡିଆକୁ ଦେଇଛି ଓପୋ।

୧୯୯୯ମସିହାରୁ ଆରମ୍ଭକରି ୨୦୧୯ ପର୍ଯ୍ୟନ୍ତ ଦୀର୍ଘ ୨୦ ବର୍ଷଧରି ବିଭିନ୍ନ କମ୍ପାନି ଭାରତୀୟ କ୍ରିକେଟ ଦଳର ସ୍ପନ୍ସର ରହିଆସିଛନ୍ତି। ଏଥିପାଇଁ ଏହି କମ୍ପାନୀଗୁଡିକୁ ଭାରତୀୟ କ୍ରିକେଟ ବୋର୍ଡକୁ ଏକ ମୋଟା ଅଙ୍କର ଅର୍ଥରାଶି ମଧ୍ୟ ଦେବାକୁ ପଡ଼ିଥାଏ। ଏହି ମୋଟା ଅଙ୍କର ଅର୍ଥରାଶି ଦ୍ୱାରା ଭାରତୀୟ କ୍ରିକେଟ୍ ବୋର୍ଡ ବହୁ ପରିମାଣରେ ଅର୍ଥଲାଭ ପାଇପାରିଛି।

ଆଇଟିସି :

୧୯୯୯ ମସିହାରେ ଭାରତୀୟ କ୍ରିକେଟ ଦଳର ଜର୍ସିରେ ଆଇଟିସି ଲିମିଟେଡର ନାମ ଦେଖିବାକୁ ମିଳିଥିଲା। ସେହି ସମୟରେ ଆଇଟିସି ଗୋଟିଏ ଟେଷ୍ଟ ମ୍ୟାଚ୍ ପାଇଁ ୨୨ଲକ୍ଷ ଏବଂ ଗୋଟିଏ ଦିନିକିଆ ମ୍ୟାଚ୍ ପାଇଁ ୧୭.୫ ଲକ୍ଷ ଟଙ୍କା ବିସିସିଆଇକୁ ଦେଉଥିଲା। ଏହାପରେ ପୁଣିଥରେ ଆଇଟିସି ବିସିସିଆଇ ସହ ନୁଆ ଚୁକ୍ତି କରିଥିଲା ଏହି ନୁଆ ଚୁକ୍ତି ଅନୁସାରେ ଆଇଟିସି ଗୋଟିଏ ଟେଷ୍ଟ ମ୍ୟାଚ୍ ପାଇଁ ୩୫ଲକ୍ଷ ଏବଂ ଗୋଟିଏ ଦିନିକିଆ ମ୍ୟାଚ୍ ପାଇଁ ୩୦ ଲକ୍ଷ ଟଙ୍କା ଦେଇଥିଲା। ୨୦୦୨ ମସିହାରେ ବିସିସିଆଇ ସହ ଚୁକ୍ତି ସମାପ୍ତ କରିଥିଲା ଆଇଟିସି।

ସାହାରା :

ଏହାପରେ ୨୦୦୨ ମସିହାରେ ଭାରତୀୟ କ୍ରିକେଟ ଦଳର ସ୍ପନ୍ସର ହୋଇଥିଲା ସାହାରା। ଭାରତୀୟ କ୍ରିକେଟ୍ ବୋର୍ଡ ସହ ଦୀର୍ଘ ସାତ ବର୍ଷ ଧରି ଚୁକ୍ତିରେ ରହିଥିଲା ସାହାରା। ୨୦୦୨ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ଭାରତୀୟ ଦଳର ନୀଳ ଜର୍ସିରେ ସାହାରର ନାମ ଦେଖିବାକୁ ପାଇଥିଲେ ଦର୍ଶକ।

ସେହିପରି ୨୦୦୯ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ ପୁଣିଥରେ ଦର୍ଶକମାନେ ସାହାରର ନାମ ଥିବା ଭାରତୀୟ ଜର୍ସି ଦେଖିବାକୁ ପାଇଥିଲେ। ଏହି ସମୟର ଚୁକ୍ତି ଅନୁସାରେ ସାହାରା ଗୋଟିଏ ଟେଷ୍ଟ ମ୍ୟାଚ୍ ପାଇଁ ୧.୯୧ କୋଟି ଓ ଗୋଟିଏ ଦିନିକିଆ ମ୍ୟାଚ୍ ପାଇଁ ୨.୦୯ କୋଟି ଟଙ୍କା ଦେବାକୁ ପଡୁଥିଲା। ସେହିପରି ତୃତୀୟ ଚୁକ୍ତି ଅନୁଯାୟୀ ପ୍ରତି ମ୍ୟାଚ୍ ପାଇଁ ସାହାରାକୁ ୩.୩୪ କୋଟି ଟଙ୍କା ବିସିସିଆଇକୁ ଦେବାକୁ ପଡୁଥିଲା।ଷ୍ଟାର ଇଣ୍ଡିଆ :

୨୦୧୪ ମସିହାରେ ବିସିସିଆଇ ନୂଆ କରି ଚୁକ୍ତି କରିଥିଲା ଷ୍ଟାର ଇଣ୍ଡିଆ। ସାହାରା ପରେ ଟିମ୍ ଇଣ୍ଡିଆର ଜର୍ସିରେ ଦର୍ଶକ ଦେଖିବାକୁ ପାଇଥିଲେ ଟିଭି ପ୍ରସାରଣ କମ୍ପାନି ‘ଷ୍ଟାର’ର ଲୋଗୋ ଏବଂ ନାମ। ବିସିସିଆଇ ସହ ହୋଇଥିବା ଚୁକ୍ତି ଅନୁସାରେ ଷ୍ଟାର ପ୍ରତି ମ୍ୟାଚ୍ ପାଇଁ ବିସିସିଆଇକୁ ୧.୯୨ କୋଟି ଟଙ୍କା ପ୍ରଦାନ କରୁଥିଲା।ଓପୋ :

ଷ୍ଟାରର ଚୁକ୍ତି ସରିଯିବା ପରେ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳର ସ୍ପନ୍ସର ରହିବା ପାଇଁ ଚୁକ୍ତି କରିଥଲା ଚୀନ ମୋବାଇଲ୍ କମ୍ପାନି ‘ଓପୋ’। ଭାରତୀୟ ଜର୍ସିରେ ନିଜ ନାମ ରଖିବାପାଇଁ ଓପୋକୁ ମ୍ୟାଚ୍ ପ୍ରତି ୪.୬୧ କୋଟି ଟଙ୍କା ଦେବାକୁ ପଡୁଥିଲା। ବିସିସିଆଇର ସ୍ପନ୍ସରର ଅର୍ଥରାଶି ମଧ୍ୟରେ ଏହା ଥିଲା ସବୁଠରୁ ଦାମୀ ଚୁକ୍ତି।

୧୯୯୦ ମସିହାରେ ଆରମ୍ଭ ହୋଇଥିବା ଏହି ସ୍ପନ୍ସର ପ୍ରତିଯୋଗିତା ପାଇଁ ବେଶ୍ ଲାଭାନିତ୍ୱ ହୋଇପାରିଛି ବିସିସିଆଇ। ପ୍ରତି ମ୍ୟାଚ୍ ପାଇଁ ମାତ୍ର ୨୨ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ବର୍ତ୍ତମାନ ମ୍ୟାଚ୍ ପ୍ରତି ୪ କୋଟିରୁ ଉର୍ଦ୍ଧରେ ପହଞ୍ଚିଛି।

Comment