ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ବିଧାନସଭାରେ ଆଜି ଉଦ୍‌ବେଗ ପ୍ରକାଶ ପାଇଥିଲା। ଉଭୟ ଶାସକ ଏବଂ ବିରୋଧୀ ସଭ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ବରିଷ୍ଠ ନାଗରିକଙ୍କୁ ନିର୍ଯାତନା ଦେଲେ ଦଣ୍ଡ ଦିଆଯାଉଥିବା ବିଧାନସଭାରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।

‘‘ମା’ ବାପାଙ୍କୁ ନିର୍ଯାତନା ନେଇ ୨୮୬ଟି ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ୧୧୯ଟି ମାମଲା ଫଇସଲା ହୋଇଛି। ପୁରୀ ଜିଲ୍ଲାର ଜଣକୁ ଏହି ମାମଲାରେ ଦଣ୍ଡିତ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୫୦ଟି ସମନ୍ୱିତ କମ୍ପ୍ଲେକ୍ସ ବ୍ୟବସ୍ଥା କରାଯାଉଛି। ବର୍ତ୍ତମାନ ୯ଟି ଜିଲ୍ଲାରେ କମ୍ପ୍ଲେକ୍ସ ପାଇଁ କାମ ଚାଲିଛି। ୬୨ କୋଟି ଟଙ୍କା ବ୍ୟୟରେ ଏହି କମ୍ପ୍ଲେକ୍ସ ନିର୍ମାଣ ହେଉଛି’’, କହିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଯଦି କେହି ତାଙ୍କ ବାପା, ମା’ଙ୍କୁ ହଇରାଣ କରୁଥିବାର ଅଭିଯୋଗ ଆସେ ତାହାଲେ ସେମାନେ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିପାରିବେ। ଏହି ମାମଲା ଫଇସଲା କରିପାରିବାର କ୍ଷମତା ଉପଜିଲ୍ଲାପାଳମାନଙ୍କୁ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here