ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକରେ ହୋଇଥିବା ଟ୍ରିପଲ ମର୍ଡର ଘଟଣାରେ ପୋଲିସ ୨ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହି ଦୁଇ ଅଭିଯୁକ୍ତ ହେଲେ ମିଟୁ ବେହେରା ଓ ପୁନିଆ ବେହେରା।

ପୂର୍ବରୁ ମାଷ୍ଟରମାଇଣ୍ଡ ସମେତ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଏହି ଦୁଇ ମୁଖ୍ୟ ଅଭିଯୁକ୍ତ ଘଟଣା ଦିନଠାରୁ ଫେରାର ଥିଲେ। ଘଟଣାରେ ସଂପୃକ୍ତ ଆଉ ୫ଜଣ ଅଭିଯୁକ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ଅଛନ୍ତି।

ଜୁନ୍ ୧୪ ତାରିଖ ରବିବାର ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ପଟ୍ଟନାୟିକିଆ ଛକରେ ଗୋଟିଏ ପରିବାରର ତିନି ଜଣକୁ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ। ଦୁର୍ବୃତ୍ତମାନେ ଖଣ୍ଡା ଓ ଫାର୍ଶାରେ ଗୋଡ଼ା ଗୋଡ଼ାଇ ହାଣିଥିବା ପ୍ରତ୍ୟେକ୍ଷଦର୍ଶିମାନେ କହିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରର ତିନି ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ ଦୁର୍ବୃତ୍ତ।

Comment