ଓଡ଼ିଶାଲାଇଭ ବ୍ୟୁରୋ

ଶ୍ରାବଣ ମାସରେ ମହାଦେବଙ୍କୁ ଜଳଲାଗି କଲେ ମନସ୍କାମନା ପୂରଣ ହୁଏ। ଏହି ଭାବନା ନେଇ ଲକ୍ଷ ଲକ୍ଷ ଶିବଭକ୍ତ ଶ୍ରାବଣ ମାସରେ ମହାଦେବଙ୍କୁ ଜଳାଭିଷେକ କରିଥାନ୍ତି। ଏଥିଲାଗି ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ସକାଳୁ ସକାଳୁ ଶୈବପୀଠ ବୋଲବମ୍, ହରହର ମହାଦେବ, ଜଟାଧାରି ପାର୍ କରେଗା ଡାକରେ କମ୍ପୁଛି।

‘ହର ହର ମହାଦେବ’ ନାରା ଲଗାଇ ଶିବ ମନ୍ଦିରରେ ଭିଡ଼ ଲଗାଇଛନ୍ତି କାଉଡ଼ିଆ। ପ୍ରଥମ ପାଳି ସୋମବାର ଅପେକ୍ଷା ଦ୍ୱିତୀୟ ପାଳି ସୋମବାରରେ ଶିବ ମନ୍ଦିରରେ କାଉଡ଼ିଆଙ୍କ ସମାଗମ ଅଧିକ ରହିଥିବା ଦେଖାଯାଇଛି।

କାଉଡ଼ିଆଙ୍କ ସମାଗମ ଲାଗି ରାଜ୍ୟର ବିଭିନ୍ନ ଶୈବପୀଠରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହିତ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି।

ଭବୁନେଶ୍ୱରର ଲିଙ୍ଗରାଜ, ଭଦ୍ରକ ଆଖଣ୍ଡଳମଣୀ, ଧବଳେଶ୍ୱର, ପୁରୀର ଲୋକନାଥ ମନ୍ଦିରରେ କାଉଡ଼ିଆମାନେ ମହାଦେବଙ୍କୁ ଜଳଲାଗି କରିଛନ୍ତି।

କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରେ ବି ବିଭିନ୍ନ ରାଜ୍ୟରେ କାଉଡ଼ିଆ ଶିବ ମନ୍ଦିରରେ ପାଣି ଢାଳି ପୂଜା ଅର୍ଚ୍ଚନା କରିଛନ୍ତି।

Comment