ଓଡ଼ିଶାଲାଇଭ୍ ବ୍ୟୁରୋ

କମିଲା କିରୋସିନି କୋଟା। ଏଣିକି ପ୍ରତି ପରିବାରକୁ ଅଢ଼େଇ ଲିଟର ବଦଳରେ ମିଳିବ ଦୁଇ ଲିଟର କିରାସିନି। ଅଗଷ୍ଟ ମାସରୁ ଦୁଇ ଲିଟର କିରୋସିନି ମିଳିବ। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟ ଖାଉଟି ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ୱାଇଁ।

ମନ୍ତ୍ରୀ କହିଛନ୍ତି, ‘‘କେନ୍ଦ୍ର ସରକାର କିରୋସିନି କୋଟା କମାଇ ଦେଇଛନ୍ତି। ଏଣୁ ହିତାଧିକାରୀଙ୍କୁ ରାଜ୍ୟ ସରକାର କମ୍ କିରୋସିନି ଯୋଗାଇ ଦେବେ। ଅଗଷ୍ଟ ମାସରୁ ଏହି କିରାସିନି ମିଳିବ।’’

୨୦୧୧-୧୨ରେ ବାର୍ଷିକ ୪ ଲକ୍ଷ ୯୪୪ କିଲୋଲିଟର କିରାସିନି ଆଲଟମେଣ୍ଟ ହୋଇଥିଲା। ୨୦୧୯-୨୦ରେ ଏହା ଖସି ୨ ଲକ୍ଷ ୯ କିଲୋଲିଟରରେ ପହଞ୍ଚିଛି। ଜୁଲାଇ ୨୦୧୯ ସୁଦ୍ଧା ମାସିକ ୨୦ ହଜାର ୭୦୦ କିଲୋଲିଟର ଯୋଗାଇ ଦେଉଥିଲା କେନ୍ଦ୍ର। ହେଲେ ଏବେ ତାହା ମାସିକ ୧୬ ହଜାର ୩୮୪ କିଲୋଲିଟରକୁ ଖସି ଆସିଛି।

Comment