ଓଡ଼ିଶାଲାଇଭ ବ୍ୟୁରୋ

ଅସୁରକ୍ଷିତ ରାଜଧାନୀ ଭୁବନେଶ୍ୱର। ମାତିଛନ୍ତି ଲୁଟେରା। ମଙ୍ଗଳବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଅଞ୍ଚଳରେ ଜଣେ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲଟି ନେଇଥିଲେ ଦୁର୍ବୃତ୍ତ। ହୋଟେଲ ବନ୍ଦ କରି ଘରକୁ ଫେରୁଥିଲା ବେଳେ ସଂପୃକ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ ଲୁଟେରା।

ଏହି ଘଟଣାକୁ ବିରୋଧ କରି ଓ ଲୁଟେରାଙ୍କୁ ତୁରନ୍ତ ଗିରଫ ଦାବି କରି ରସୁଲଗଡ଼ ଛକ ନିକଟରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ।  ଫଳରେ ଭୁବନେଶ୍ୱର-କଟକ, ଭୁବନେଶ୍ୱର ପୁରୀ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିବାରୁ ଉଭୟ ପଟରେ ଶହ ଶହ ଗାଡ଼ି ରାସ୍ତା ଉପରେ ଠିଆ ହୋଇଛି। ଘଟଣାର ଖବର ପାଇ ପୋଲିସର କମିଶନର ଘଟଣାସ୍ଥଳରେ ପହଞ୍ଚିଛନ୍ତି।

‘‘ଖୁବଶୀଘ୍ର ଏହି ଲୁଟେରାଙ୍କୁ ଗିରଫ କରାଯିବ। ଲୁଟେରାଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାର୍ଡ ଅଭିଯାନ ଆରମ୍ଭ କରିଛନ୍ତି। ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ’’, କହିଛନ୍ତି ପୋଲିସ କମିଶନର।

ସେହିପରି ମଙ୍ଗଳବାର ସକାଳେ ପୁରୀ ବାଇପାସ ରୋଡରେ ଏକ ସେକେଣ୍ଡ ହ୍ୟାଣ୍ଡ କାର୍‌ ସୋ ରୁମ୍‌ ମାଲିକଙ୍କ ଚେନ ଝାମ୍ପି ନେବା ସହିତ ଜଣେ ଗ୍ରାହକଙ୍କୁ ଆକ୍ରମଣ କରି ୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ।

ଗତକିଛି ଦିନ ଭିତରେ ରାଜଧାନୀରେ ଅନେକ ଲୁଟ୍ ଖବର ଆସିବା ପରେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି ରାଜଧାନୀବାସୀ।

Comment