ଓଡ଼ିଶାଲାଇଭ ବ୍ୟୁରୋ

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଚିତା ଲାଗି ନୀତି ଅନୁଷ୍ଠିତ ହେବ। ପ୍ରଥମ ଭୋଗ ମଣ୍ଡପ ସରିବା ପରେ ଅପରାହ୍‌ଣ ୨ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଏହି ନୀତି ସଂପନ୍ନ ହେବ। ଦଇତା ସେବକମାନେ ତିନି ଠାକୁରଙ୍କୁ ଚିତା ଲାଗି କରାଇବେ। ଏହାକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ ରହିବ।

ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ଦିନ ଶ୍ରୀଜିଉଙ୍କୁ ଚିତାଲାଗି କରାଯାଇଥାଏ। ବିଭିନ୍ନ ରତ୍ନ ଅଳଙ୍କାରରେ ନିର୍ମିତ ସୁଶୋଭିତ ଚିତା ମହାପ୍ରଭୁଙ୍କ ମସ୍ତକରେ ଲାଗି ହୋଇଥାଏ।

ରଥ ଯାତ୍ରା ପରେ ନିଳାଦ୍ରୀବିଜେରେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିବା ପରେ ଏହି ଚିତାଲାଗି ଅମାବାସ୍ୟା ତିଥୀରେ ଦଇତା ସେବକ ମହାପ୍ରଭୁଙ୍କ ଠାରେ ଚିତା ଲାଗି କରିଥାନ୍ତି।

Comment