ଓଡ଼ିଶାଲାଇଭ ବ୍ୟୁରୋ
ଝାଡଖଣ୍ଡର ଜାମସେଦପୁରରେ ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି। ରେଳଷ୍ଟେସନରେ ମା କୋଳରେ ଶୋଇଥିବା ଏକ ୩ବର୍ଷର ଶିଶୁ କନ୍ୟାକୁ ୨ଜଣ ଦୁର୍ବୃତ୍ତ ଅପହରଣ କରିନେଇ ଦୁଷ୍କର୍ମ କରିବା ସହ ତା’ ମୁଣ୍ଡ କାଟି ଫୋପାଡି ଦେଇଛନ୍ତି।
ଜୁଲାଇ ୨୬ ତାରିଖରେ ଘଟିଥିବା ଏହି ଘଟଣାରେ ମଙ୍ଗଳବାର ପୋଲିସ ଶିଶୁଟିର ମୁଣ୍ଡ ନଥିବା ମୃତଦେହ ଉଦ୍ଧାର କରିଛି। ଏହାସହ ୨ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ରିଙ୍କୁ ସାହୁ ଓ କୈଳାସ।
ଜୁଲାଇ ୨୬ ତାରିଖରେ ଜାମସେଦପୁର ଟାଟା ନଗର ରେଳ ଷ୍ଟେସନରେ ଶିଶୁଟି ତା ମା’ ପାଖରେ ଶୋଇଥିବା ବେଳେ ତାକୁ ଅପହରଣ କରାଯାଇଥିଲା। ପରେ ତାକୁ ଦୁଷ୍କର୍ମ କରିଥିଲେ। ଶିଶୁଟି କାନ୍ଦ ବନ୍ଦ ନକରିବାରୁ ତା ବେକ ଚିପି ମାରିଦେବା ପରେ ମୁଣ୍ଡ କାଟିଥିଲେ ଅଭିଯୁକ୍ତ। ବର୍ତ୍ତମାନ ପର୍ଯ୍ୟନ୍ତ ଶିଶୁଟିର କଟା ମୁଣ୍ଡ ମିଳିପାରିନାହିଁ।
ଗିରଫ ହୋଇଥିବା ରିଙ୍କୁ ସାହୁ ନାମରେ ଅନେକ ଅପରାଧିକ ମାମଲା ରହିଛି। ନିକଟରେ ସେ ଜେଲରୁ ମୁକୁଳିଛି। ୨୦୧୫ରେ ଏକ ଶିଶୁକୁ ଅପହରଣ ମାମଲାରେ ଜେଲ ଦଣ୍ଡ ଭୋଗିଥିଲା।


















