ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡ଼ା:  ରାୟଗଡ଼ା ଜିଲ୍ଲାରେ ଥମିବାର ନା ନେଉନି ଜନନୀ ଯନ୍ତ୍ରଣା। ପୁଣି ଆସିଲା ଅଭାବନୀୟ ଚିତ୍ର। ପକ୍କା ସଡ଼କ ସୁବିଧା ନଥିବାରୁ ୭ କିଲୋମିଟର ଖଟିଆରେ ବୁହାହେଲେ ପ୍ରସୂତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁନିଗୁଡା ବ୍ଲକ ଦିମିରିଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କଟାଙ୍ଗ ଗାଁରେ।

ଗୁଡୁ ମାଝିଙ୍କ ସ୍ତ୍ରୀ ଆଗୁଲି ମାଝି ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ହେଲେ ଦିମିରିଗୁଡ଼ା ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରି ନଥିଲା। ଶେଷରେ ଏଏନଏମ, ଆଶା ଦିଦି ଏବଂ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଖଟିଆରେ ବୁହା ଯାଇଥିଲା।

କଟାଙ୍ଗଠାରୁ ଅମଡ଼ାପଦର ପ୍ରାୟ ୭ କିଲୋମିଟର ପ୍ରସୂତିଙ୍କୁ ଖଟିଆରେ ବୁହା ହୋଇ ଅଣାଯାଇଥିଲା। ଅମଡ଼ାପଦରଠାରୁ ଆମ୍ବୁଲାନ୍ସରେ ପ୍ରସୂତି ଗଲେ ଆମ୍ବାଦଲା ଡାକ୍ତରଖାନା। ସେଠାରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ।  ଏବେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି।

ତେବେ ଦୁର୍ଗମ ଅଞ୍ଚଳରେ ପକ୍କା ରାସ୍ତା ନଥିବାରୁ ଜରୁରିକାଳୀନ ପରିସ୍ଥିତିରେ ସ୍ୱାସ୍ଥ୍ୟସେବା ଓ ବିଭିନ୍ନ ମୌଳିକ ସୁବିଧା ପାଇପାରୁ ନାହାନ୍ତି ଗ୍ରାମବାସୀ।

Comment