ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଷୟରେ ନାମ ଲେଖାଇବା ପାଇଁ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ୍ ଆସନ୍ତାକାଲି (ଅଗଷ୍ଟ ୪ ତାରିଖ) ହେବାକୁ ଯାଉଛି। ସକାଳ ୧୧ଟାରୁ ଏହି ପ୍ରବେଶିକା ପରୀକ୍ଷା ଭୁବନେଶ୍ୱର କଟକ ମଝିରେ ଥିବା ପାହାଳ ନିକଟରେ ଅବସ୍ଥିତ ବିଶ୍ୱବିଦ୍ୟାଳୟର ସିଟି କ୍ୟାମ୍ପସ୍‌ରେ ଅନୁଷ୍ଠିତ ହେବ।

ଭାରତର ଦ୍ୱିତୀୟ ତଥା ଓଡ଼ିଶାର ଏକମାତ୍ର ପବ୍ଲିକ୍ ହେଲ୍‌ଥ ବିଶ୍ୱବିଦ୍ୟାଳୟ ଭାବେ ୨୦୧୮ ମସିହାରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏଠାରେ ପବ୍ଲିକ୍ ହେଲ୍‌ଥ, ବାୟୋଲୋଜିକାଲ୍ ସାଇନ୍ସେସ୍, ହେଲଥ କେୟାର୍ ମ୍ୟାନେଜମେଣ୍ଟ ଓ ଅନ୍ୟାନ୍ୟ ବିଷୟରେ ପିଏଚ୍‌ଡି, ସ୍ନାତକୋତ୍ତର ଏବଂ ସ୍ନାତକ ପାଠ୍ୟକ୍ରମ ପ୍ରଦାନ କରାଯାଉଛି।

ଏହାର ବିଭିନ୍ନ ପାଠ୍ୟକ୍ରମ ମଧ୍ୟ ରହିଛି ‘ମାଷ୍ଟର ଇନ୍ ପବ୍ଲିକ୍ ହେଲ୍‌ଥ – ଏମପିଏଚ୍’, ‘ଏମଏସ୍‌ସି ଇନ୍ ଆପ୍ଲାଏଡ୍ ମାଇକ୍ରୋ ବାୟୋଲୋଜି’, ‘ଏମଏସ୍‌ସି ଇନ୍ ଲାଇଫ୍ ସାଇନ୍ସେସ୍’, ‘ଏମଏସ୍‌ସି ଇନ୍ ଜୁଲୋଜି ଏବଂ ଏମଏସ୍‌ସି ଇନ୍ ବଟାନି’।  ସେହିପରି ‘ମାଷ୍ଟର ଇନ୍ ଫିଜିଓଥେରାପି – ଏନପିଟି’ ଜନସ୍ୱାସ୍ଥ୍ୟ ସମ୍ପର୍କିତ ଆଉ ଏକ ସମସାମୟିକ ପାଠ୍ୟକ୍ରମ।

ସେହିପରି ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ହେଲଥ କେୟାର ମ୍ୟାନେଜମେଣ୍ଟ ବିଷୟରେ ବିବିଏ ଏବଂ ଏମ୍‌ବିଏ ପାଠ୍ୟକ୍ରମ ପ୍ରଦାନ କରୁଛନ୍ତି। ତା’ଛଡ଼ା ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ପେସାଦାରମାନଙ୍କ ସୁବିଧା ପାଇଁ ଏଠାରେ କେତେକ ବିଷୟରେ ‘ଏକଜିକ୍ୟୁଟିଭ୍ ପ୍ରୋଗ୍ରାମ୍’ ମଧ୍ୟ ଦିଆଯାଉଛି।

ଏଆଇପିଏଚ୍ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଷୟରେ ନାମ ଲେଖାଇବା ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷା ଅଗଷ୍ଟ ୪ ତାରିଖ ସକାଳ ୧୧ଟାରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ଚାଲିବ। ମଲଟିପୁଲ୍ ଚଏସ୍ ଢାଞ୍ଚାରେ ପ୍ରସ୍ତୁତ ଏହି ପରୀକ୍ଷାରେ ଆପଟିଚ୍ୟୁଡ ଟେଷ୍ଟ ସହିତ ବିଜ୍ଞାନ ଓ ଗଣିତ ଉପରେ ପ୍ରଶ୍ନ ରହିଥାଏ।

କଳା ବା ବିଜ୍ଞାନରେ ସ୍ନାତକସ୍ତରର ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ନଜରରେ ରଖି ଏଆଇପିଏଚ୍ ପ୍ରବେଶିକା ପରୀକ୍ଷା ଲାଗି ପ୍ରଶ୍ନ ପ୍ରସ୍ତୁତ କରିଥାଏ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Students on the lab at Asian Institute of Public Health (AIPH) University, Bhubaneswar

ପବ୍ଲିକ ହେଲଥ ଏକ ଅତ୍ୟାଧୁନିକ ତଥା ବ୍ୟାପକ ବିଷୟ। ଏହି କ୍ଷେତ୍ରରେ କ୍ୟାରିୟର୍ ଗଢ଼ିବା ପାଇଁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟରେ ନାମ ଲେଖାବେଳେ ସେମାନଙ୍କର ଆବେଦନ ଏବଂ ପ୍ରବେଶିକା ପରୀକ୍ଷାର ଫଳାଫଳକୁ ଆଧାର କରି କାଉନସେଲିଂ ମାଧ୍ୟମରେ ନାମଲେଖାର ସୁଯୋଗ ଦିଆଯାଏ।

୨୦୧୯ ଶିକ୍ଷାବର୍ଷ ପାଇଁ ଆବେଦନ କରିବା ସହିତ ଆସନ୍ତାକାଲି ହେବାକୁ ଥିବା ପ୍ରବେଶିକା ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜ୍ୟୋତିର୍ମୟ ମହାପାତ୍ର ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।

Comment