ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ସ୍ୱାଧୀନତା ଦିବସରୁ ବଦଳିପାରେ ରାଜ୍ୟସ୍ତରୀୟ ପରେଡ ସ୍ଥାନ। ପୂର୍ବରୁ ପ୍ରତିବର୍ଷ  ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗାନ୍ଧି ମାର୍ଗରେ ପରେଡ ଅନୁଷ୍ଠିତ ହେଉଥିଲା।

ହେଲେ ଏହି ବର୍ଷଠାରୁ ପରେଡ ସ୍ଥାନ ବଦଳେଇବାକୁ ଯୋଜନା ରହିଛି। ଶନିବାର ବିଳକ୍ପ ଭାବେ ଭୁବନେଶ୍ୱରର ୩ଟି ସ୍ଥାନ ପରିଦର୍ଶନ କରିଛନ୍ତି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା।

ପ୍ରଦର୍ଶନୀ ପଡ଼ିଆ, ଜନତା ମଇଦାନ, କଳିଙ୍ଗ ଷ୍ଟାଡିୟମକୁ ବିକଳ୍ପ ସ୍ଥାନ ଭାବେ ଡିଜିଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୁଲି ଦେଖିଛନ୍ତି। ପରେଡ ସ୍ଥଳ ବଦଳିଲେ ଟ୍ରାଫିକ ସହ ସୁରକ୍ଷା ବ୍ୟବସ୍ଥା କିଭଳି ଆୟୋଜନ କରାଯାଇପାରିବ ସେ ନେଇ ଡିଜି ଅନ୍ୟ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

Comment