ଓଡ଼ିଶାଲାଇଭ୍ ବ୍ୟୁରୋ

ଭାଇରାଲ୍ଫିଭର ପରେ ଅସୁସ୍ଥତା ମଣିଷକୁ ଅସହାୟ ହତାଶ କରିଦିଏ ଏହା ସାଧାରଣ ଭୟଭୀତ ହୁଅନ୍ତୁ ନାହିଁ

ଭାଇରାଲ୍‌ ଫିଭର ଅତି ସାଧାରଣ। ସମସ୍ତେ ନିଜ ଜୀବନକାଳରେ ଏହା ଭୋଗ କରିଥାନ୍ତି। ଛୋଟ ପିଲା, ବୟସ୍କ ଲୋକଙ୍କ ପାଇଁ ଏହାର ପ୍ରଭାବ ଅଧିକ ଗମ୍ଭୀର ହୋଇଥାଏ। ଜ୍ୱର କମ୍‌ କରିବା ପାଇଁ ଔଷଧ ବ୍ୟବହାର, ବିଶ୍ରାମ ଓ ସନ୍ତୁଳିତ ପୁଷ୍ଟିକର ଆହାର ଉପଶମ ପ୍ରଦାନ ପାଇଁ ଯଥେଷ୍ଟ ହୋଇଥାଏ। ଜଳ ଓ ବିଭିନ୍ନ ତରଳ ପଦାର୍ଥ ପିଇବା ଅମୃତ ସଦୃଶ କାମ କରିଥାଏ।

କିନ୍ତୁ ଭାଇରାଲ୍ ଫିଭର ପରେ ଅତ୍ୟନ୍ତ ଦୁର୍ବଳ ଓ ଅବସନ୍ନ ଲାଗେ। ଏହା ଅତି ସାଧାରଣ କଥା। ଏଥିରେ ଭୟଭୀତ ହେବାର କିଛି ନାହିଁ। ବେଳେ ବେଳେ ଏହା କିଛି ଦିନରେ ଭଲ ହୋଇଯାଏ ଆଉ କେବେ କିଛି ସପ୍ତାହ ଧରି ଲାଗି ରହିଥାଏ। ଏପରିକି ବେଳେ ବେଳେ ମାସେ ପର୍ଯ୍ୟନ୍ତ ଫ୍ଲୁ ପରବର୍ତ୍ତୀ ପ୍ରଭାବ ରହିଥାଏ।

ଭାଇରାଲ୍ ଫିଭର ପରବର୍ତ୍ତୀ କ୍ଳାନ୍ତିର ଲକ୍ଷଣଗୁଡ଼ିକ ହେଉଛି:

ଭୋକ ନ ଲାଗିବା ବା ଅରୁଚି, ଡାଇରିଆ, ଏକାଗ୍ରତା ଅଭାବ ବା ମନେରଖିବାରେ ଅସୁବିଧା, ତଣ୍ଟି ଦରଜ ହେବା, ମୁଣ୍ଡ ବ୍ୟଥା, ଲିମ୍ଫ ନୋଡ୍ ବା ଲସିକା ଗ୍ରନ୍ଥି ଫୁଲିବା, କୌଣସି କାରଣ ନଥାଇ ଶରୀର ବା ଆଣ୍ଠୁଗଣ୍ଠି ବିନ୍ଧିବା। କୌଣସି କାମରେ ମନ ନ ଲାଗିବା ଓ ଅତ୍ୟଧିକ ନିଦ ଲାଗିବା ତଥା ବହୁତ ହାଲିଆ ଲାଗିବା ଅନୁଭବ ହୋଇଥାଏ।

ଏକ ରକ୍ତ ଏବଂ ମୁତ୍ର ପରୀକ୍ଷା ମାଧ୍ୟମରେ ଆପଣ ଏହି କ୍ଳାନ୍ତିର ସାଧାରଣ କାରଣ ଯେପରିକି ଏହା ଜ୍ୱର ଜନିତ କିମ୍ବା ହାଇପୋଥାଇରଏଡିଜିମ୍‌, ଡାଇବେଟିସ କିମ୍ବା ରକ୍ତହୀନତା କାରଣରୁ ଜାଣିପାରିବେ।

ଭାଇରାଲ୍ ଫିଭର ପରେ ଅସୁସ୍ଥ ବା ଦୁର୍ବଳ ମନେ ହେବା ସାଧାରଣ ହୋଇଥାଏ। ଏହି ସମୟରେ ବ୍ୟଥା ପାଇଁ ଔଷଧ ଖାଇବା। ଯଥେଷ୍ଟ ବିଶ୍ରାମ ନେଇ ଶକ୍ତି ସଞ୍ଚୟ କରିବା ସହାୟକ ହୋଇଥାଏ। ଯୋଗ, ଧ୍ୟାନ, ଶରୀରର ମାଲିସ ଏବଂ ଆକ୍ୟୁପଙ୍କଚର ମଧ୍ୟ ଆରାମ ଦେଇଥାଏ। ବେଳେ ବେଳେ ଅସୁସ୍ଥତାକୁ ନେଇ ମନରେ ବିଭିନ୍ନ ଆଶଙ୍କା ଉପୁଜେ। ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଅଳ୍ପ ଅଳ୍ପ କରି ଅଧିକ ଥର ଖାଆନ୍ତୁ ଓ ବିଶ୍ରାମ ନିଅନ୍ତୁ। ଠିକ୍ ସମୟରେ ଶୁଅନ୍ତୁ। ଏହା ସାଧାରଣ ହୋଇଥାଏ ଏବଂ ଏଥିରେ ଭୟ କରିବାର କିଛି ନାହିଁ।

LEAVE A REPLY

Please enter your comment!
Please enter your name here