ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧୁମେହ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତି ହାଡ଼ ସଂକ୍ରମଣ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଅଧିକ ଥାଏ। ଆସନ୍ତୁ ଜାଣିବା ସେ ବିଷୟରେ।

ମଧୁମେହ ରୋଗ ଲୋକମାନଙ୍କର ଶରୀରରେ ହାଡ଼କୁ ଦୁର୍ବଳ କରିଦିଏ। ରୋଗୀମାନେ ହାଡ଼ଜନିତ ସଂକ୍ରମଣ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଅଧିକ ଥାଏ। ଶିରା ଦୁର୍ବଳ ହୋଇଯିବା, ରକ୍ତପ୍ରବାହୀ ନଳୀ କ୍ଷତିଗ୍ରସ୍ତ ହେବା ଏବଂ ଶର୍କରାରେ ପରିବ ର୍ନ ଯୋଗୁ ସେମାନେ ଏହାର ଶିକାର ହୋଇଥାନ୍ତି। ହାଡ଼ରେ ଏହି ସଂକ୍ରମଣକୁ ଅଷ୍ଟିଓମାଇଲିଟିସ୍ ବୋଲି କୁହାଯାଏ। ବିଶେଷ କରି ପାଦର ହାଡ଼ରେ ଏହି ସଂକ୍ରମଣ ଅଧିକ ହୋଇଥାଏ। ଏପରି ହେଲେ ନ୍ୟୁରୋପ୍ୟାଥି, ଭାସ୍କୁଲୋପ୍ୟାଥି, ପରି ବିଭିନ୍ନ ପ୍ରକାର ସମସ୍ୟା ହୋଇଥାଏ। ମଧୁମେହରେ ପୀଡ଼ିତ ପ୍ରାୟ ୨୦ ପ୍ରତିଶତ ରୋଗୀ ଏହି ସମସ୍ୟାର ସାମ୍ନା କରିଥାନ୍ତି।

ନ୍ୟୁରୋପ୍ୟାଥିରେ ଶିରାଗୁଡ଼ିକ ବିଶେଷ କରି ପାଦର ଶିରା କ୍ଷତିଗ୍ରସ୍ତ ହୋଇଥାଏ। ଏହାଯୋଗୁ ପାଦର ମାଂସପେଶୀଗୁଡ଼ିକ ଦୁର୍ବଳ ହୋଇଯାନ୍ତି। ତେଣୁ ପାଦର କିଛି ସ୍ଥାନରେ ବ୍ୟକ୍ତିଜଣକ କିଛି ଅନୁଭବ କରିପାରନ୍ତି ନାହିଁ। ଧୀରେ ଧୀରେ ଏହାଯୋଗୁ ସେହି ସ୍ଥାନରୁ ଚମଡ଼ା ଛାଡ଼ିଯାଏ ଏବଂ କ୍ଷତ ସୃଷ୍ଟି ହୁଏ। ଏହି କ୍ଷତ ଅଧିକାଂଶ ସମୟରେ ବ୍ୟାକ୍ଟେରିଆ ଦ୍ୱାରା ପ୍ରଭାବିତ ହୋଇ ପୂଜ ସୃଷ୍ଟି ହୋଇଥାଏ।

ମଧୁମେହ ଓ ହାଡ଼ ସଂକ୍ରମଣ ଯଦି ଏହାର ଚିକିତ୍ସା କରା ନଯାଏ ତା’ ହେଲେ ଏହି ସଂକ୍ରମଣ ତଳେ ଥିବା ହାଡ଼କୁ ପ୍ରସାରିତ ହୋଇ ଗୁରୁତର ଅଷ୍ଟିଓମାଇଲିଟିସ୍ ସୃଷ୍ଟି କରେ। ସେହିପରି ଅଧିକ ଦିନ ଧରି ମଧୁମେହ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଭାସ୍କୁଲୋପ୍ୟାଥି (ପାଦକୁ ରକ୍ତ ସ ।ଳନ କମିଯିବା)ହେବାର ଆଶଙ୍କା ଥାଏ। ଏହା ହେଲେ କ୍ଷତସ୍ଥାନ ଶୁଖିବା ଖୁବ୍ କଷ୍ଟକର ହୋଇଥାଏ।

ଆଉ ଅଧିକ ଦିନ ଧରି କ୍ଷତ ନ ଶୁଖିଲେ ହାଡ଼ ପ୍ରଭାବିତ ହୋଇ ଗୁରୁତର ଅଷ୍ଟିଓମାଇଲିଟିସ୍ ସୃଷ୍ଟି କରେ। ଏହାଛଡ଼ା ଶରୀରର ଅନ୍ୟ ଅଙ୍ଗରେ ହୋଇଥିବା ସଂକ୍ରମଣ ଯୋଗୁ ମଧ୍ୟ ହାଡ଼ ସଂକ୍ରମିତ ହୋଇଥାଏ। ଉଦାହରଣ ସ୍ୱରୂପ ଦାନ୍ତରେ ସଂକ୍ରମଣ କିମ୍ବା ଫୁସ୍‌ଫୁସ୍‌ ସଂକ୍ରମଣ ହୋଇଥିଲେ ତାହା ରକ୍ତପ୍ରବାହୀ ନଳୀ ମାଧ୍ୟମରେ ଆସି ହାଡ଼ ସଂକ୍ରମିତ ହୋଇଥାଏ ।
ଅଷ୍ଟିଓମାଇଲିଟିସ୍ ଲକ୍ଷଣ

  •  ହାଡ଼ରେ ଯନ୍ତ୍ରଣା ହେବା।
  •  ଜ୍ୱର ହେବା।
  • ପ୍ରଭାବିତ ଗୋଡ଼ରେ କାମ କରିବାରେ ସମସ୍ୟା ହେବା, ଚାଲିବାରେ ଅସୁବିଧା ହେବା ସଂକ୍ରମିତ ସ୍ଥାନ ନାଲି ହୋଇଯିବା।
  • ଅଷ୍ଟିଓମାଇଲିଟିସ୍ ଗୁରୁତର ହୋଇଯାଇଥିଲେ ହାଡ଼ ଚାରିପଟ ଫୁଲିଯାଏ ହାଡ଼ ଶକ୍ତ ହୋଇଯାଏ, ବାନ୍ତି ମଧ୍ୟ ହୋଇଥାଏ।
  • ପ୍ରଭାବିତ ହୋଇଥିବା କ୍ଷତରୁ ନିରନ୍ତର ପାଣି ଭଳି କିଛି ପଦାର୍ଥ ବାହାରୁଛି କି ନାହିଁ ତାହା ଦେଖାଯାଏ ରକ୍ତ ଓ ହାଡ଼ରେ ସଂକ୍ରମଣ ଅଛି କି ନାହିଁ ତାହା ଜାଣିବା ଲାଗି ରକ୍ତ ପରୀକ୍ଷା ହୁଏ।
  • ପ୍ରାଥମିକ ଅବସ୍ଥାରେ ଏକ୍ସ-ରେ କଲେ ମଧ୍ୟ ହାଡ଼ ସଂକ୍ରମଣ ସଂପର୍କରେ ଜାଣି ହୋଇଥାଏ। ଏହାଛଡ଼ା ଏମଆରଇ ହାଡ଼ ସଂକ୍ରମଣକୁ ଚିହ୍ନଟ କରେ।
  • ଯଦି ଏସବୁ ସତ୍ତ୍ୱେ ସଂକ୍ରମଣ ଜଣାନ ପଡ଼େ ତା’ ହେଲେ ନ୍ୟୁକ୍ଲିଅର ସ୍କାନ୍ କରାଯାଏ। ଏଥିପାଇଁ ଏକ ସୁରକ୍ଷିତ ରେଡିଓଆକ୍ଟିଭ୍ ବସ୍ତୁକୁ ରୋଗୀକୁ ଦିଆଯାଏ। କିଛି ସମୟରେ ପରେ ସଂପୂର୍ଣ୍ଣ ଶରୀର କିମ୍ବା ପାଦ ଭଳି ନିର୍ଦ୍ଦିଷ୍ଟ ସ୍ଥାନର ଫଟୋ ନିଆଯାଏ।
  • କିଛି କ୍ଷେତ୍ରରେ ଅସ୍ତ୍ରୋପଚାର ମାଧ୍ୟମରେ କ୍ଷତ ସ୍ଥାନରେ ଖଣ୍ଡେ ହାଡ଼ ନିଆଯାଏ । ତାକୁ ପରୀକ୍ଷା କରି ସଂକ୍ରମଣ ଜଣାପଡ଼ିଥାଏ ।

ଚିକିତ୍ସା:

ସଂକ୍ରମଣର ଅବସ୍ଥା ଏବଂ ସ୍ଥିତିକୁ ଦେଖି ଏହି ରୋଗର ଚିକିତ୍ସା କରାଯାଏ। କିଛି କ୍ଷେତ୍ରରେ ଅସ୍ତ୍ରୋପଚାର କରାଯାଉଥିବାବେଳେ କିଛି କ୍ଷେତ୍ରରେ ଆଣ୍ଟିବାଇଓଟିକ୍ସ ମାଧ୍ୟମରେ ତାହା ଭଲ ହୋଇଥାଏ। ପାଦରେ କ୍ଷତ ହୋଇଥିଲେ ତାକୁ ଆଣ୍ଟିସେପଟିକ୍ ସଲ୍ୟୁସନ୍ରେ ସଫା କରାଯାଏ। ସେହି ସ୍ଥାନକୁ ପ୍ଲାଷ୍ଟର ମାଧ୍ୟମରେ ସୁରକ୍ଷା ଦିଆଯାଏ। କ୍ଷତ ଭଲ ନ ହେବା ଯାଏ ରୋଗୀକୁ ୱାକର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥାଏ।

ସାବଧାନତା:

ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରିତ ରଖିବାକୁ ଉଦ୍ୟମ କରନ୍ତୁ। ଘରେ କେବେହେଲେ କ୍ଷତ ସ୍ଥାନର ଡ୍ରେସିଂ କରନ୍ତୁ ନାହିଁ। କ୍ଷତ ସ୍ଥାନକୁ ପାଣିରେ ବୁଡ଼ାଇବା ମଧ୍ୟ ଅନୁଚିତ୍।

Comment