ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫ୍ଲୋରିଡାଠାରେ ଖେଳାଯାଉଥିବା ଭାରତର-ୱେଷ୍ଟଇଣ୍ଡିଜ ଟି-୨୦ ସରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ୪ ୱିକେଟ୍‌ରେ ବିଜୟ ଲାଭ କରିଛି। ଆଜି ହେଉଛି ସିରିଜର ଦ୍ୱିତୀୟ ମ୍ୟାଚ୍‌। ତେବେ ଆଜି ମଧ୍ୟ ଇଣ୍ଡିଜ୍‌ ଦଳକୁ ପରାସ୍ତ କରି ସିରିଜକୁ ପୋଛିନେବର ଲକ୍ଷରେ ଟିମ୍‌ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ।

ରାତି ୮ଟାରେ ଆମେରିକାର ଫ୍ଲୋରିଡାଠାରେ ଏହି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳର ବୋଲରମାନେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଦଳ ପକ୍ଷରୁ ନଭନୀତ ସାଇନୀଙ୍କ ଘାତକ ବୋଲିଂରେ ୱେଷ୍ଟଇଣ୍ଡିଜ ଦଳ ଘାଇଲା ହୋଇଥିଲା। ଯାହା ଫଳରେ କି, ୱେଷ୍ଟଇଣ୍ଡିଜ ୨୦ ଓଭରରେ ୯ଟି ଓୱିକେଟ୍‌ ହରାଇ ମାତ୍ର ୯୫ ରନ୍‌ ସଂଗ୍ରହ କରିଥିଲା।

ଜବାବରେ ଟିମ୍‌ ଇଣ୍ଡିଆ ୬ ୱିକେଟ୍‌ ବ୍ୟୟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ତେବେ ଆଜିର ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଟିମ୍‌ ନିଜର ଭୁଲ ସୁଧାରିବାକୁ ଚେଷ୍ଟା କରିବ। ସେହିପରି ୱେଷ୍ଟଇଣ୍ଡିଜକୁ ହରାଇ ସିରିଜ୍‌ ଉପରେ କବ୍‌ଜା କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍ ଏକାଦଶ

ନିକୋଲାସ୍‌ ପୁରାନ୍‌(ୱିକେଟ୍‌ କିପର), କାର୍ଲୋ ବ୍ରେଥ୍‌ୱେଟ୍‌(ଅଧିନାୟକ), ଜନ୍‌ କ୍ୟାମ୍ପବେଲ୍‌, ଏଭିନ ଲୁଇସ୍‌, କିରନ ପୋଲର୍ଡ, ସିମ୍‌ରନ ହେଟ୍‌ମିର, ରୋଭମ୍ୟାନ୍‌ ପୋଏଲ୍‌, ସୁନିଲ ନାରିନ୍‌, କିମୋ ପଲ୍‌, ସେଲ୍‌ଡନ୍‌ କଟ୍ରେଲ, ଓସେନ୍‌ ଥୋମାସ।

ସମ୍ଭାବ୍ୟ ଭାରତୀୟ ଏକାଦଶ

ବିରାଟ କୋହଲି(ଅଧିନାୟକ), ରିଷଭ୍‌ ପନ୍ତ(ୱିକେଟ୍ କିପର), ଶିଖର ଧାୱନ, ରୋହିତ ଶର୍ମା, ମନିଷ ପାଣ୍ଡେ, କୃଣାଳ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ଭୁବନେଶ୍ୱର କୁମାର, ୱାସିଂଟନ୍‌ ସୁନ୍ଦର, ନଭଦୀପ ସାଇନୀ, କେ ଖଲିଲ ମହମ୍ମଦ।

Comment