ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିକଟରେ ନିର୍ମାଣ ହୋଇଛି ଦୁନିଆର ସବୁଠୁ ଛୋଟ ଲାପ୍‌ଟପ। ଏହି ଲାପ୍‌ଟପ୍‌ରେ ମାତ୍ର ୧ ଇଞ୍ଚ ବିଶିଷ୍ଟ ଡିସ୍‌ପ୍ଲେ ସ୍କ୍ରିନ୍‌ ରହିଛି। ପ୍ଲମ୍‌ କ୍ଲିଙ୍ଗର ନାମକ ଜଣେ ବ୍ୟକ୍ତି ଏହି ଲାପ୍‌ଟପକୁ ତିଆରି କରିଛନ୍ତି। ଏହି ଲାପ୍‌ଟପ୍‌ର ନାଁ ‘ଥିଙ୍କ୍‌ ଟାଇନୀ’। ପ୍ଲମ୍‌ କ୍ଲିଙ୍ଗର ଭେନେଭୋ ଥିଙ୍କ୍‌ପ୍ୟାଡ୍ ଲାପଟପ୍‌କୁ ଦେଖି ଏହାର ଅପରୂପ ଛୋଟ ଲାପଟପ୍‌ ଭାବେ ‘ଥିଙ୍କ୍‌ ଟାଇନୀ’କୁ ନିର୍ମାଣ କରିଛନ୍ତି।

ଏହି ଛୋଟ ଲାପ୍‌ଟପ୍‌ରେ ମାତ୍ର ୦.୯୬ ଇଞ୍ଚ ବିଶିଷ୍ଟ ଡିସ୍‌ପ୍ଲେ ରହିଛି। ଏହାର କି-ବୋର୍ଡର ମିଝିରେ ଟ୍ରାକ୍‌ ପଏଣ୍ଟ ଷ୍ଟାଇଲ କ୍ରସର ଲାଗିଛି। ଏହି ଲାପଟପ୍‌ ଏତେ ଛୋଟ ଯେ, ଏହାକୁ ହାତର ପାପୁଲି ମଧ୍ୟରେ ରଖିହେବ।

ଏହି ଛୋଟ ଲାପ୍‌ଟପ୍‌ରେ ଏକ ଛୋଟ ୧୬୧୪ ମିନି କଣ୍ଟ୍ରୋଲର ଦିଆଯାଇଛି। ଏଥିରେ ୩୦୦ ଏମ୍‌ଏଚ୍ ବ୍ୟାଟେରୀ ରହିଛି, ଯାହାକୁ ଚାର୍ଜ ମଧ୍ୟ କରାଯାଇପାରିବ। ସବୁଠାରୁ ଖାସ କଥା ହେଉଛି, ଏହି ଛୋଟିଆ ଲାପ୍‌ଟପରେ ଆପଣ ଗେମ୍‌ ମଧ୍ୟ ଖେଳିପାରିବେ। ପ୍ଲମ୍‌ କ୍ଲିଙ୍ଗରଙ୍କୁ ଏହି ଲାପ୍‌ଟପକୁ ନିର୍ମାଣ କରିବାରେ ୧ ସପ୍ତାହ ସମୟ ଲାଗିଛି।

Comment