ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛି ଲୋକ ଖାଇ ସାରିବା ପରେ ଗାଧୋଇବାକୁ ପସନ୍ଦ କରନ୍ତି। ଯଦି ଆପଣ ବି ଏମିତି ଅଭ୍ୟାସ ରଖିଛନ୍ତି ତାହାଲେ ସତର୍କ ହୋଇଯାଆନ୍ତୁ। କାରଣ ଏହି ଅଭ୍ୟାସ ଦ୍ୱାରା ଆପଣଙ୍କୁ କ୍ଷତି ପହଞ୍ଚି ପାରେ।

ଏକ ସର୍ଭେ ଅନୁସାରେ ଯେତେବେଳେ ଆପଣ ଖାଦ୍ୟ ଖାଇ ଥା’ନ୍ତି ସେତେବେଳେ ପାଚନ କ୍ରିୟାରେ ସାହାଯ୍ୟ ପାଇଁ ପେଟ ଚାରିପାଖରେ ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ। ହେଲେ ଆପଣ ଯଦି ଖାଦ୍ୟ ଖାଇ ତୁରନ୍ତ ଗାଧାନ୍ତି ତେବେ ପାଚନ ପ୍ରକ୍ରିୟା ଧିମା ହୋଇଯାଏ। କାରଣ ରକ୍ତ ସଞ୍ଚାଳନ କମ୍‌ ହୋଇଥାଏ। ଏହାଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଯାଇଥାଏ।

ଖାଦ୍ୟ ହଜମ ପାଇଁ ଶରୀରରେ ତାପମାତ୍ରାର ଆବଶ୍ୟକତା ଥାଏ। ଯଦି ଖାଇବା ପରେ ଆପଣ ଗାଧାନ୍ତି ଏହା ଶରୀରର ତାପମାତ୍ରାକୁ କମ କରିଥାଏ। ଏହା ସହିତ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇଥାଏ । ଫଳରେ ଖାଦ୍ୟ ହଜମ ହୋଇନଥାଏ।

Comment