ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଜିଲ୍ଲା ସାଲେପୁରର ଦୁଇଟି ସ୍ଥାନରେ ବଜ୍ରପାତ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଆହତ ହୋଇଥିବା ସୂଚନା ମିଳିଛି।

ମଙ୍ଗଳବାର ସାଲେପୁର ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ପାଳଦା ଗାଁରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ବିଲରେ କାମ କରୁଥିବା ବେଳେ ବଜ୍ରପାତ ପଡ଼ିଥିଲା। ମୃତ ବ୍ୟକ୍ତି ହେଲେ ଜଳନ୍ଧର ଦାସ ଓ ମହେଶ୍ୱର କାଣ୍ଡି।

ସେହିପରି ରାମକୃଷ୍ଣପୁର ଗାଁରେ ବଜ୍ରପାତ ହୋଇ ୩ ଜଣ ଆହତ ହୋଇଥଇବା ସୂଚନା ମିଳିଛି। ଏମାନେ ହେଲେ ଗୋପାଳ ମଲ୍ଲ, ଜଟାଧାରୀ ଲେଙ୍କା ଓ ମନ୍ଦାକିନୀ ବେହେରା। ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comment