ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ଖିଲାଡି କୁମାର ଅକ୍ଷୟ କୁମାର ଖୁବଶୀଘ୍ର ଆଉ ଏକ ଜବରଦସ୍ତ ଫିଲ୍ମ ଦର୍ଶକଙ୍କୁ ଭେଟି ଦେବେ। ଏହି ଫିଲ୍ମ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଜୀବନୀ ଉପରେ ଆଧାରିତ ହେବ। ଏଥିରେ ଅକ୍ଷୟ କୁମାର ଅଜିତ ଡୋଭାଲଙ୍କ ଚରିତ୍ରରେ ନଜର ଆସିବେ।
ରିପୋର୍ଟ ଅନୁସାରେ ଫିଲ୍ମ ମେକର ନୀରଜ ପାଣ୍ଡେ ଅଜିତ ଡୋଭାଲଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି।
ନୀରଜ ପ୍ରଥମେ ଅଜୟ ଦେବଗନଙ୍କ ଚାଣକ୍ୟରେ କାମ କରିବେ। ତା’ପରେ ଏହି ଫିଲ୍ମର ଘୋଷଣା କରିବେ। ଅବଶ୍ୟ ବର୍ତ୍ତମାନ ଯାଏଁ ଏନେଇ କୌଣସି ଔପଚାରିକ ଘୋଷଣା ହୋଇନାହିଁ।
ପୂର୍ବରୁ ଅକ୍ଷୟଙ୍କୁ ବିଭିନ୍ନ ଅବତାରରେ ଦେଖିଛନ୍ତି ଦର୍ଶକ। ଅଜିତ ଡୋଭାଲଙ୍କ ଚରିତ୍ରରେ ଅକ୍ଷୟଙ୍କ ସମ୍ପୂର୍ଣ୍ଣ ଭିନ୍ନ ଅବତାରରେ ଆସିବେ ବୋଲି ଅନୁମାନ କରାଯାଉଛି।
ପୂର୍ବରୁ ସମାଜର ବିଭିନ୍ନ ସମସ୍ୟା ସହ ଜଡ଼ିତ ଫିଲ୍ମରେ ଅକ୍ଷୟ ତାଙ୍କର ଅଭିନୟ ଦେଖାଯାଇଛନ୍ତି। ତାଙ୍କ ଫିଲ୍ମ ବକ୍ସ ଅଫିସରେ ହିଟ୍ ମଧ୍ୟ ହୋଇଛି।

















