ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଦ୍ୱାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚର (ଆଇଟିଇଆର୍) ଛାତ୍ରଛାତ୍ରୀମାନଙ୍କୁ ଚାକିରିର ସୁଯୋଗ ଦେଇଛି ଡେ-ଜିରୋ କମ୍ପାନି। ଆଇଟିଇଆର୍ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଗ୍ରହଣ କରିବା ନିମନ୍ତେ ରହୁଥିବା ଆଗ୍ରହ ପାଇଁ ହିଁ ବର୍ତମାନର ଡିଜିଟାଲାଇଜ୍ଡ ମାର୍କେଟ ପରିବେଶରେ ଅଧିକ ନିଯୁକ୍ତିର ସୁଯୋଗ ସୃଷ୍ଟି କରୁଛି।

ଜୁଲାଇ ୧୫ ତାରିଖରୁ ଅଗଷ୍ଟ ୫ ତାରିଖ ମଧ୍ୟରେ ଇନଫର୍ମାଟିକା, ମୁ-ସିଗ୍ମା, ଟେକ୍-ସିଷ୍ଟମ୍ସ, ରୋବର ବୋସ୍, କେପ୍‌ଜେମିନି (ଡିଜିଟାଲ୍ ପ୍ରୋଫାଇଲ୍), ନାଇନ୍ ଲିପ୍ସ ଏବଂ ଗ୍ୟାନ୍ସିସ୍ ଭଳି କମ୍ପାନି କ୍ୟାମ୍ପସରୁ ଅନେକ କୃତୀ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପାଇଁ ଚୟନ କରିଛନ୍ତି।

୨୦୨୦ ବ୍ୟାଚ୍‌ରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଡକ୍ଟ ଡେଭେଲପ୍‌ମେଣ୍ଟ ପ୍ରୋଫାଇଲରେ ଏହି କମ୍ପାନିଗୁଡ଼ିକ କ୍ୟାରିୟର ସୁଯୋଗ ଦେଉଛନ୍ତି। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା କମ୍ପାନିଗୁଡ଼ିକ ୫୦ ପ୍ରତିଶତ ଅଧିକ ନିଯୁକ୍ତିର ସୁଯୋଗ ଦେବା ଘଟଣା ଏକ ସକାରାତ୍ମକ ସୂଚନା ବୋଲି ଆଇଟିଇଆରର ଟ୍ରେନିଂ ଏବଂ ପ୍ଲେସ୍‌ମେଣ୍ଟ ମୁଖ୍ୟ ସୁଜିତ୍ କୁମାର ଦାସ କହିଛନ୍ତି।

LEAVE A REPLY

Please enter your comment!
Please enter your name here