ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସଚିବାଳୟରେ ବସିଥିବା ସିଙ୍ଗଲ ୱିଣ୍ଡୋ ବୈଠକରେ ୫ଟି ସେକ୍ଟରର ୭ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପରେ ୧ ହଜାର ୩୬ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୨ ହଜାର ୭୭୮ ଲୋକଙ୍କୁ ନିଯୁକ୍ତି ମିଳିବ।

ଦୁଇଟି ପ୍ଲାଷ୍ଟିକ ସେକ୍ଟର, ଫୁଡ୍‌ ପ୍ରୋସେସିଂ ସେକ୍ଟର, ଗୋଟିଏ ଲଜିଷ୍ଟିକ୍‌, ମେଟାଲ ଏବଂ ଟୁରିଜିମ ସେକ୍ଟରରେ ପୁଞ୍ଜି ନିବେଶ କରାଯିବ।

ଫୁଡ୍‌ ପ୍ରୋସେସିଂ ସେକ୍ଟରରେ ଇନ୍‌ଟେକ୍‌ ଇଣ୍ଡିଆ ପକ୍ଷରୁ ୭.୮୮ କୋଟି ଟଙ୍କା ପୁଞ୍ଜି ନିବେଶ କରିବାକୁ ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପରେ ୨୦୫ ଜଣ ନିଯୁକ୍ତି ପାଇବାର ଲକ୍ଷ୍ୟ ରହିଛି।

ଏକ୍ସପ୍ଲୋର ଫୁଡ୍‌ ପକ୍ଷରୁ ୫୧.୪ କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବାର ଲକ୍ଷ୍ୟ ରହିଛି। ୧୯୪ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ସେହିପରି ଲଜିଷ୍ଟିକ ସେକ୍ଟରର ଉମଙ୍ଗ ଗ୍ରୁପ ପକ୍ଷରୁ ୯୯.୮ କୋଟି ଟଙ୍କା ପୁଞ୍ଜି ନିବେଶ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିରେ ୨୩୪ ଜଣଙ୍କୁ ନିଯୁକ୍ତି ମିଳିବାର ଆଶା ରହିଛି।

Comment