ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଦଳିଲା ରାଜ୍ୟସ୍ତରୀୟ ପରେଡ୍‌ ସ୍ଥାନ। ଆସନ୍ତା ସ୍ୱାଧୀନତା ଦିବସରୁ ପ୍ରତିବର୍ଷ ଗାନ୍ଧିମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ। ଏନେଇ ଟ୍ୱିନ ସିଟି ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ଏଥର ରାଜ୍ୟସ୍ତରୀୟ ପରେଡରେ ଭାଗନେବେ ମୋଟ ୪ଟି ଗ୍ରୁପ୍। ଟେରିଟୋରିଆଲ ଆର୍ମି, ତେଲେଙ୍ଗାନା ପୋଲିସ୍‌, ସେଣ୍ଟ୍ରାଲ ଆର୍ମଡ ପୋଲିସ, ଓଡ଼ିଶା ସ୍ପେଶାଲ ଆର୍ମଡ ପୋଲିସ ଏହି ଉତ୍ସବରେ ଭାଗ ନେବେ।

ନିକଟରେ ପରେଡ ସ୍ଥାନ ପାଇଁ ଭୁବନେଶ୍ୱରର ୩ଟି ସ୍ଥାନ ପରିଦର୍ଶନ କରିଥିଲେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା।

ପ୍ରଦର୍ଶନୀ ପଡ଼ିଆ, ଜନତା ମଇଦାନ, କଳିଙ୍ଗ ଷ୍ଟାଡିୟମକୁ ବିକଳ୍ପ ସ୍ଥାନ ଭାବେ ଡିଜିଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୁଲି ଦେଖିଥିଲେ। ପରେଡ ସ୍ଥଳ ବଦଳିଲେ ଟ୍ରାଫିକ ସହ ସୁରକ୍ଷା ବ୍ୟବସ୍ଥା କିଭଳି ଆୟୋଜନ କରାଯାଇପାରିବ ସେ ନେଇ ଡିଜି ଅନ୍ୟ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

Comment