ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆୟକର ବିଭାଗ ଓଡ଼ିଶା ଶାଖା ପକ୍ଷରୁ ଇ-ଟ୍ୟାକ୍ସ ରିଟର୍ଣ୍ଣ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଛି । ଇ-ଟ୍ୟାକ୍ସ ରିଟର୍ଣ୍ଣର ସରଳୀକରଣ ସମ୍ପର୍କରେ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର କ୍ୟାମ୍ପସ୍ ଟୁ ପରିସରରେ ଆୟୋଜିତ ଏହି କର୍ମଶାଳାରେ କିଭଳି ଟ୍ୟାକ୍ସ ପ୍ରଦାନ କରାଯିବ ଏବଂ ଏହା ଦ୍ୱାରା ଦେଶର କି ଫାଇଦା ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।

ଏହି କର୍ମଶାଳାରେ ଇନକମ୍‌ ଟ୍ୟାକ୍ସ ରେଞ୍ଜ ୱାନର ଯୁଗ୍ମ କମିଶନର ଅସୀମ୍ କୁମାର ଚକ୍ରବର୍ତ୍ତୀ,  ଡେପୁଟି କମିଶନର ପ୍ରଣତି ମିଶ୍ର, ଆସିଷ୍ଟାଣ୍ଟ ଡାଇରେକ୍ଟର (ସିଷ୍ଟମ୍) ଏସ କେ ମିଶ୍ର, ଇନକମ୍‌ ଟ୍ୟାକ୍ସ ଅଫିସର ବାଳକୃଷ୍ଣ ସାହୁ, ଦାମୋଦର କାମ୍ପା, ସୁମନ୍ ସୁନ୍ଦର ସାହୁ ଓ ଇନକମ୍‌ ଟ୍ୟାକ୍ସ ଇନ୍‌ସପେକ୍ଟର ଅନୁପ କୁମାର ଉପସ୍ଥିତ ଥିଲେ।

ଏହି ଅବସରରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଇନଷ୍ଟିଚ୍ୟୁଟ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର୍ ଷ୍ଟଡିଜ୍ ଡିନ୍ ପ୍ରଫେସର ଅନୁପ୍ କୁମାର ସାମନ୍ତରାୟ ଏବଂ ସମ୍ ନର୍ସିଂ କଲେଜ ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ ଉପସ୍ଥିତ ଥିଲେ।

Comment