ଓଡ଼ିଶାଲାଇଭ ବ୍ୟୁରୋ

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ରେ ସିରିଜ ମୂଳପୋଛ କରିବା ପରେ ଏବେ ଭାରତ ଦିନିକିଆ ଉପରେ ନଜର ପକାଇଛି। ଦିନିକିଆର ପ୍ରଥମ ମ୍ୟାଚ ବାତିଲ ହୋଇଯାଇଛି। ଯଦି ଆଉ ଦୁଇଟି ମ୍ୟାଚ ଜିତି ଭାରତ ସିରିଜ କବଜା କରେ ତେବେ ଦିନିକିଆରେ ୧ ନମ୍ଵର ଟିମ୍‌ ହୋଇପାରିବ।

ବର୍ତ୍ତମାନ ଇଂଲଣ୍ଡ ୧୨୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ତା’ ପଛକୁ ଭାରତ ୧୨୨ ପଏଣ୍ଟରେ ଦ୍ଵିତୀୟରେ ରହିଛି। ଦଳକୁ ପ୍ରଥମକୁ ଆସିବାକୁ ହେଲେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇଟି ମ୍ୟାଚକୁ ହାତେଇ ସିରିଜ ଅକ୍ତିଆର କରିବାକୁ ପଡ଼ିବ।

ସେହିପରି ଯଦି ଇଂଲଣ୍ଡ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରେ ତେବେ ଭାରତକୁ ପୁଣି ତଳକୁ ଖସିବାକୁ ପଡ଼ିବ। ଇଂଲଣ୍ଡ ଅଗଷ୍ଟ ୧୪ରୁ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଆରମ୍ଭ କରିବ।

ଅନ୍ୟପକ୍ଷରେ ବିରାଟ କୋହଲି ଦିନିକିଆ ବ୍ୟାଟ୍ସମ୍ୟାନ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ବୋଲିଂରେ ଯଶପ୍ରିତ ବୁମରା ଦିନିକିଆ ବୋଲିଂର ପ୍ରଥମ ସ୍ଥାନରେ ଅଛନ୍ତି। ହେଲେ ଟିମ୍‌କୁ ଏକ ନମ୍ଵର ହେବାକୁ ହେଲେ ଏହି ସିରିଜ ହାତେଇବାକୁ ପଡ଼ିବ। ମାତ୍ର ଅଲରାଉଣ୍ଡ ତାଲିକାରେ ୧୦ ନମ୍ଵର ଭିତରେ କୌଣସି ଭାରତୀୟ ଖେଳାଳି ସ୍ଥାନ ପାଇନାହାନ୍ତି।

Comment