ଓଡ଼ିଶାଲାଇଭ ବ୍ୟୁରୋ

ରବିବାର ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦ୍ଵିତୀୟ ଦିନିକିଆ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଭାରତର ସ୍ପିନ ଯୋଡ଼ି କୁଲଦିପ ଯାଦବ ଓ ଯଶବିନ୍ଦର ଚହଲଙ୍କ ପାଖରେ ନୂଆ ରେକର୍ଡ କରିବାର ସୁଯୋଗ ରହିଛି। ଏହି ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଗୁରୁବାର ବାତିଲ ହୋଇଯାଇଛି।

ତେବେ ଏହି ଦ୍ଵିତୀୟ ଦିନିକିଆରେ ଚହଲ ତାଙ୍କର ଦିନିକିଆରେ ୫୦ତମ ମ୍ୟାଚ ଖେଳିବେ। ବର୍ତ୍ତମାନ ସେ ୪୯ତମ ଦିନିକିଆ ମ୍ୟାଚ ଖେଳି ସାରିଛନ୍ତି। ଏହି ମ୍ୟାଚ ଜରିଆରେ ସେ ତାଙ୍କର ଏହି ରେକର୍ଡ ପୂରଣ କରିବେ।

ସେହିପରି ଭାରତର ଆଉ ଏକ ସ୍ପିନର କୁଲଦିପ ଯାଦବ ମଧ୍ୟ ତାଙ୍କର ଏକ ରେକର୍ଡ ପୂରା କରିବାକୁ ଯାଉଛନ୍ତି। ଦିନିକିଆରେ କୁଲଦିପ ବର୍ତ୍ତମାନ ପର୍ଯ୍ୟନ୍ତ ୯୪ଟି ଓ୍ଵିକେଟ ନେଇସାରିଛନ୍ତି। ଯଦି ଆଉ ଦୁଇଟି ଦିନିକିଆରେ ୬ଟି ଓ୍ଵିକେଟ ହାସଲ କରନ୍ତି ତେବେ ଦିନିକିଆରେ ୧୦୦ ଓ୍ଵିକେଟ ହାସଲ କରିବାରେ ସଫଳ ହୋଇପାରିବେ। ଏହି ସଫଳତା ହାସଲ କରିବାରେ ସେ ୨୨ତମ ଖେଳାଳି ହୋଇପାରିବେ।

Comment