ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ କୃଷି ବିଜ୍ଞାନ ମହାବିଦ୍ୟାଳୟରେ (ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍) ୨୦୧୯ ଶିକ୍ଷାବର୍ଷ ପାଇଁ ନାମ ଲେଖାଇଥିବା ନୂତନ କୃଷି ସ୍ନାତକ ଛାତ୍ରଛାତ୍ରୀମାନଙ୍କର ଓରିଏଣ୍ଟସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ସୋଆର ପ୍ରମୁଖ ଉପଦେଷ୍ଟା ପ୍ରଫେସର ଡି.ପି. ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷିର ଉପାଦେୟତା ତଥା କୃଷି ଶିକ୍ଷାର ଆଭିମୁଖ୍ୟ ଏବଂ ସମ୍ଭାବନା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।

ଏହି ଅବସରରେ କୃଷି ବିଜ୍ଞାନ କଲେଜର ପ୍ରତିଷ୍ଠାତା ଡିନ୍ ଡକ୍ଟର ଏନ୍.କେ.ଧଳ ଏବଂ ପିଜି ଡିନ୍ ଡକ୍ଟର ପ୍ରେମାନନ୍ଦ ମହାପାତ୍ର ଅନୁଷ୍ଠାନର ସଫଳତା ତଥା ପାଠ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ।

କୃଷି ମହାବିଦ୍ୟାଳୟର ଡିନ୍ ଡକ୍ଟର ବିଜୟ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ।

ନିକଟରେ କୃଷି ବିଜ୍ଞାନ ମହାବିଦ୍ୟାଳୟ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ଏଗ୍ରିକଲ୍ଚରାଲ୍ ରିସର୍ଚ୍ଚ (ଆଇ.ସି.ଏ.ଆର୍) ଦ୍ୱାରା ସ୍ୱୀକୃତି ପାଇଛି।

LEAVE A REPLY

Please enter your comment!
Please enter your name here