ଓଡ଼ିଶାଲାଇଭ ବ୍ୟୁରୋ

ଅନେକ ବାଦ ବିବାଦ ପରେ ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) ଅଧିନକୁ ଆସିଛି ବିସିସିଆଇ। ଏଣିକି ଭାରତୀୟ କ୍ରିକେଟରଙ୍କ ଡୋପ ଟେଷ୍ଟ ନାଡା କରିବ ବୋଲି ବିସିସିଆଇ ଅନୁମତି ପ୍ରଦାନ କରିଛି। ଏଥର ଯେକୌଣସି ସ୍ଥାନରେ କ୍ରିକେଟରଙ୍କ ଡୋପ ଟେଷ୍ଟ କରାଯାଇ ପାରିବ।

ଭାରତୀୟ କ୍ରିକେଟରଙ୍କ ଡୋପ ଟେଷ୍ଟ ନାଡା ଦ୍ଵାରା କାରାଯିବ ବୋଲି ଦୀର୍ଘଦିନ ହେବ ବିଶ୍ଵ ଆଣ୍ଟି ଡୋପ ଏଜେନ୍ସି ପକ୍ଷରୁ ଦାବି ହୋଇ ଆସୁଥିଲା। ହେଲେ ଏହାକୁ ଅମାନ୍ୟ କରି ବିସିସିଆଇ ଏକ ଘରୋଇ ସଂସ୍ଥା ଦ୍ଵାରା କ୍ରିକେଟରଙ୍କ ଡୋପ ଟେଷ୍ଟ କରାଉଥିଲା। ତେବେ ବିସିସିଆଇକୁ ମନାଇବାକୁ ଆଇସିସି ମଧ୍ୟ ଉଦ୍ୟମ କରିଥିଲା।

ଏହାପରେ ଶୁକ୍ରବାର ବିସିସିଆଇ ଦ୍ଵାରା ଏକ ବୈଠକ ହୋଇଥିଲା। ଏହି ବୈଠକ ପରେ ଭାରତୀୟ କ୍ରିକେଟରଙ୍କ ଡୋପ ଟେଷ୍ଟ ନାଡା ଦ୍ଵାରା କରାଯିବା ପାଇଁ ବିସିସିଆଇ ରାଜି ହୋଇଛି ବୋଲି କ୍ରିଡ଼ା ସଚିବ ରାଧାଶ୍ୟାମ ଝୁଲାନିୟା ସୂଚନା ଦେଇଥିଲେ।

ଏପର୍ଯ୍ୟନ୍ତ ସ୍ଵିଡେନର ଅନ୍ତର୍ଜାତୀୟ ଡୋପ ପରୀକ୍ଷଣ ମ୍ୟାନେଜମେଣ୍ଟ(ଆଇଡିଟିଏମ୍‌) କ୍ରିକେଟରଙ୍କ ସାମ୍ପଲ ଏକତ୍ରିତ କରୁଥିଲା। ଏହାକୁ ଜାତୀୟ ଡୋପ ପ୍ରୟୋଗଶାଳାକୁ ଦେଉଥିଲା। ବର୍ତ୍ତମାନ ସବୁକିଛି ନାଡା ହାତରେ ରହିବ।

ଭାରତୀୟ କ୍ରିକେଟରଙ୍କ ଡୋପ ପରୀକ୍ଷା ନାଡା ଦ୍ଵାରା କରିବାକୁ ରାଜି ହେବା ପରେ ବିସିସିଆଇ ଏକ ଜାତୀୟ କ୍ରିଡା ମହାସଂଘରେ ପରିଣତ ହୋଇଛି।

LEAVE A REPLY

Please enter your comment!
Please enter your name here