ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ରାଣୀ ମୁଖର୍ଜୀଙ୍କ ଅଭିନୀତ ‘ମର୍ଦ୍ଦାନୀ’କୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଦର୍ଶକଙ୍କ ପସନ୍ଦ ଦେଖି ଫିଲ୍ମ ନିର୍ମାତା ଏହାର ସିକ୍ୱେଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଖୁବ୍‌ଶୀଘ୍ର ଏହି ସିକ୍ୱେଲ ଫିଲ୍ମ ଅର୍ଥାତ ମର୍ଦ୍ଦାନୀ ୨ରିଲିଜ ହେବ। ଶନିବାର ଏହାର ରିଲିଜ ଡେଟ୍‌ ସାମ୍ନାକୁ ଆସିଛି।

ଟ୍ରେଡ ଆନାଲିସିଷ୍ଟ ତରଣ ଆଦର୍ଶ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ ଡିସେମ୍ବର ୧୩ରେ ଫିଲ୍ମଟି ରିଲିଜ ହେବ। ଏଥିରେ ରାନୀଙ୍କର ଦମଦାର ରୋଲ ରହିଛି।

ଏହି ଫିଲ୍ମରେ ରାନୀ ପୋଲିସ ଇନ୍ସପେକ୍ଟର ଶିବାନୀ ଶିବାଜୀ ରାୟ ଚରିତ୍ରରେ ଅଭିନୟ କରିଛନ୍ତି। ଆଦିତ୍ୟ ରାୟ ଚୋପ୍ରା ଏହି ଫିଲ୍ମକୁ ପ୍ରଡ୍ୟୁସ କରିବେ। ଗୋପୀ ପୁଥରନ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି।

Comment