ଅସିତ ମହାନ୍ତି
‘ଓଡ଼ିଶା ରସଗୋଲା’ ଗତ ଜୁଲାଇ ୨୯ ତାରିଖ ଦିନ ‘ଓଡ଼ିଶା ରସଗୋଲା’ ଗତ ଜୁଲାଇ ୨୯ ତାରିଖ ଦିନ ଜିଆଇ ମାନ୍ୟତା ପାଇଛି। ଏଥିରେ ଅଳ୍ପେ ବହୁତେ ଯେଉଁମାନଙ୍କର ଅବଦାନ ରହିଛି, ସେମାନଙ୍କୁ ମୁଁ କୃତଜ୍ଞତା ଜଣାଉଛି। କିନ୍ତୁ ଏହି କୃତଜ୍ଞତାର ସୂଚୀରେ ଆଉ ଦୁଇଜଣଙ୍କର ସ୍ବତନ୍ତ୍ର ଉଲ୍ଲେଖ ଆବଶ୍ୟକ। ସେ ଦୁହେଁ ହେଉଛନ୍ତି- ସୁଖ୍ୟାତ କବି ଓ ଗୀତିକାର ଦେବଦାସ ଛୋଟରାୟ ଓ ସୁଗାୟିକା ସୁସ୍ମିତା ଦାସ।
ଗୋଟିଏ ସାହିତ୍ୟ ଉତ୍ସବ ଅବସରରେ ସୁସ୍ମିତା ଗୋଟିଏ ରସଗୋଲା ଗୀତ ଗାଇବାର ଅଭିଳାଷ ପୋଷଣ କରିଥିଲେ ଏବଂ ସେଥିପାଇଁ ଗୀତଟିଏ ଲେଖିଦେବାକୁ ମୋତେ ଅନୁରୋଧ କରିଥିଲେ। ମୁଁ ଉତ୍ତର ଦେଇଥିଲି- ମୁଁ କବି କି ଗୀତିକାର ନୁହେଁ; ତା’ ଛଡ଼ା ଆପଣଙ୍କ ପାଖରେ ଦେବଦାସ ଛୋଟରାୟଙ୍କ ପରି ଶ୍ରେଷ୍ଠ ଗୀତିକାର ଥାଉଁ ଥାଉଁ ମୋତେ ଏ ଅନୁରୋଧ କାହିଁକି ?
ସେଦିନ ସୁସ୍ମିତା ସ୍ପଷ୍ଟ କହିଥିଲେ- ସେ ଲେଖିବେ ନାହିଁ। ଆପଣ କହି ଯଦି ଲେଖେଇ ପାରିବେ ଲେଖାନ୍ତୁ !
ସେଇଠୁ ଆରମ୍ଭ ହେଲା ରସଗୋଲା ଗୀତ ପାଇଁ କସରତ। ଶେଷ ସୁଦ୍ଧା ତାଙ୍କଠୁ ଗୀତଟି ଆଦାୟ କରିବାକୁ ମୋତେ ତାଙ୍କର ସ୍ୱନାମଧନ୍ୟ ପିତା ଗୋପାଳ ଛୋଟରାୟଙ୍କୁ ଉପଯୋଗ କରିବାକୁ ପଡ଼ିଥିଲା। ମୁଁ କହିଥିଲି- ଗୋପାଳବାବୁ ତାଙ୍କ ଆତ୍ମଜୀବନୀ ‘ପଥିକ’ରେ ଓଡିଶା ରସଗୋଲା ଓ ବଙ୍ଗଳା ରସଗୋଲାର ତୁଳନା କରି ଓଡ଼ିଶା ରସଗୋଲାକୁ ଶ୍ରେଷ୍ଠତ୍ବ ଦେଲେ, ଅଥଚ ତାଙ୍କରି ପୁଅ ଭାବରେ ଏବେ ଆପଣଙ୍କର କ’ଣ କିଛି କର୍ତ୍ତବ୍ୟ ନାହିଁ !
ବୋଧହୁଏ ସେଇ କଥାଟି କାଟୁ କଲା। ହଠାତ୍ ଦିନେ ରାତି ପ୍ରାୟ ଗୋଟାଏ ବେଳେ ରସଗୋଲା ବାବଦରେ କିଛି ପ୍ରଶ୍ନ ନେଇ ମୋ ପାଖକୁ ଫୋନ୍ ଆସିଲା। ମୁଁ ଜାଣିଗଲି- ରସଗୋଲା ଗୀତ ପାଇଁ ମାନସିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି !
ଶେଷରେ ଗୀତଲେଖା ସରିଲା ଓ ସୁସ୍ମିତା ତାହାକୁ ଗାଇଲେ। ତାହାର ମଞ୍ଚ ପ୍ରଦର୍ଶନ ପାଇଁ ଆୟୋଜନ ବି ହେଲା। ସେ ଦାୟିତ୍ଵ ନେଲେ ସୁଲେଖିକା ବିୟତପ୍ରଜ୍ଞା ତ୍ରିପାଠୀ।
ଗୀତଟି ଏବେ ଖୁବ୍ ଲୋକପ୍ରିୟ ହୋଇଛି। ମୁଁ ଖୁସି ଯେ ଭୁବନେଶ୍ୱରରେ ତା’ର ମଞ୍ଚ ପ୍ରବେଶ ଉତ୍ସବରେ ଆମ ତିହ୍ନିଙ୍କ ସହିତ ଡକ୍ଟର ଅନିତା ସାବତ ଓ ବିଶିଷ୍ଟ ଖାଦ୍ୟ ଓ ପର୍ଯ୍ୟଟନ ବିଶେଷଜ୍ଞ ଡକ୍ଟର ଏମ୍.ଏମ୍. ଗନି ଉପସ୍ଥିତ ଥିଲେ। ଆମକୁ ନେଇ ସେଦିନ ବିୟତପ୍ରଜ୍ଞା ଏକ ସଂକ୍ଷିପ୍ତ ଆଲୋଚନାଚକ୍ରର ଆୟୋଜନ ବି କରିଥିଲେ।
କିନ୍ତୁ ସବୁଠୁ ଖୁସିର କଥା ଓ ଆଜି ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ହେଉଛି, ସେଥିରେ ଦେବଦାସ ଛୋଟରାୟ ଲେଖିଥିବା ଗୋଟିଏ ପଦ। ସେଇ ପଦଟି ହେଉଛି-
ବାଃ ବାଃ ରସଗୋଲା…
ଆମରି ଜିନିଷ ଆମକୁ ଦେଖାଇ
ଆମ ସାଙ୍ଗେ ଖେଳ ଗୁରୁ-ଚେଲା !
ଏ ଯାଏ ଆମ ରସଗୋଲାକୁ ଆମକୁ ଦେଖେଇ ବଙ୍ଗଳା ନିଜକୁ ଗୁରୁ ଓ ଆମକୁ ଚେଲା ବୋଲି କହି ଆସୁଥିଲା। ସେ ତଞ୍ଚକତାପୂର୍ଣ୍ଣ ଖେଳ ‘ଓଡିଶା ରସଗୋଲା’ର ଏହି ଜିଆଇ ମାନ୍ୟତା ସହ ଶେଷ ହେଲା। ମାନ୍ୟତା ପାଇଛି। ଏଥିରେ ଅଳ୍ପେ ବହୁତେ ଯେଉଁମାନଙ୍କର ଅବଦାନ ରହିଛି, ସେମାନଙ୍କୁ ମୁଁ ଗତକାଲି କୃତଜ୍ଞତା ଜଣାଇଛି। କିନ୍ତୁ ଏହି କୃତଜ୍ଞତାର ସୂଚୀରେ ଆଉ ଦୁଇଜଣଙ୍କର ସ୍ବତନ୍ତ୍ର ଉଲ୍ଲେଖ ଆବଶ୍ୟକ। ସେ ଦୁହେଁ ହେଉଛନ୍ତି- ସୁଖ୍ୟାତ କବି ଓ ଗୀତିକାର ଦେବଦାସ ଛୋଟରାୟ ଓ ସୁଗାୟିକା ସୁସ୍ମିତା ଦାସ।
ଗୋଟିଏ ସାହିତ୍ୟ ଉତ୍ସବ ଅବସରରେ ସୁସ୍ମିତା ଗୋଟିଏ ରସଗୋଲା ଗୀତ ଗାଇବାର ଅଭିଳାଷ ପୋଷଣ କରିଥିଲେ ଏବଂ ସେଥିପାଇଁ ଗୀତଟିଏ ଲେଖିଦେବାକୁ ମୋତେ ଅନୁରୋଧ କରିଥିଲେ। ମୁଁ ଉତ୍ତର ଦେଇଥିଲି- ମୁଁ କବି କି ଗୀତିକାର ନୁହେଁ; ତା’ ଛଡା ଆପଣଙ୍କ ପାଖରେ ଦେବଦାସ ଛୋଟରାୟଙ୍କ ପରି ଶ୍ରେଷ୍ଠ ଗୀତିକାର ଥାଉଁ ଥାଉଁ ମୋତେ ଏ ଅନୁରୋଧ କାହିଁକି ?
ସେଦିନ ସୁସ୍ମିତା ସ୍ପଷ୍ଟ କହିଥିଲେ- ସେ ଲେଖିବେ ନାହିଁ। ଆପଣ କହି ଯଦି ଲେଖେଇ ପାରିବେ ଲେଖାନ୍ତୁ !
ସେଇଠୁ ଆରମ୍ଭ ହେଲା ରସଗୋଲା ଗୀତ ପାଇଁ କସରତ। ଶେଷ ସୁଦ୍ଧା ତାଙ୍କଠୁ ଗୀତଟି ଆଦାୟ କରିବାକୁ ମୋତେ ତାଙ୍କର ସ୍ୱନାମଧନ୍ୟ ପିତା ଗୋପାଳ ଛୋଟରାୟଙ୍କୁ ଉପଯୋଗ କରିବାକୁ ପଡ଼ିଥିଲା। ମୁଁ କହିଥିଲି- ଗୋପାଳବାବୁ ତାଙ୍କ ଆତ୍ମଜୀବନୀ ‘ପଥିକ’ରେ ଓଡିଶା ରସଗୋଲା ଓ ବଙ୍ଗଳା ରସଗୋଲାର ତୁଳନା କରି ଓଡ଼ିଶା ରସଗୋଲାକୁ ଶ୍ରେଷ୍ଠତ୍ବ ଦେଲେ, ଅଥଚ ତାଙ୍କରି ପୁଅ ଭାବରେ ଏବେ ଆପଣଙ୍କର କ’ଣ କିଛି କର୍ତ୍ତବ୍ୟ ନାହିଁ !
ବୋଧହୁଏ ସେଇ କଥାଟି କାଟୁ କଲା। ହଠାତ୍ ଦିନେ ରାତି ପ୍ରାୟ ଗୋଟାଏ ବେଳେ ରସଗୋଲା ବାବଦରେ କିଛି ପ୍ରଶ୍ନ ନେଇ ମୋ ପାଖକୁ ଫୋନ୍ ଆସିଲା। ମୁଁ ଜାଣିଗଲି- ରସଗୋଲା ଗୀତ ପାଇଁ ମାନସିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି !
ଶେଷରେ ଗୀତଲେଖା ସରିଲା ଓ ସୁସ୍ମିତା ତାହାକୁ ଗାଇଲେ। ତାହାର ମଞ୍ଚ ପ୍ରଦର୍ଶନ ପାଇଁ ଆୟୋଜନ ବି ହେଲା। ସେ ଦାୟିତ୍ଵ ନେଲେ ସୁଲେଖିକା ବିୟତପ୍ରଜ୍ଞା ତ୍ରିପାଠୀ।
ଗୀତଟି ଏବେ ଖୁବ୍ ଲୋକପ୍ରିୟ ହୋଇଛି। ମୁଁ ଖୁସି ଯେ ଭୁବନେଶ୍ୱରରେ ତା’ର ମଞ୍ଚ ପ୍ରବେଶ ଉତ୍ସବରେ ଆମ ତିହ୍ନିଙ୍କ ସହିତ ଡକ୍ଟର ଅନିତା ସାବତ ଓ ବିଶିଷ୍ଟ ଖାଦ୍ୟ ଓ ପର୍ଯ୍ୟଟନ ବିଶେଷଜ୍ଞ ଡକ୍ଟର ଏମ୍.ଏମ୍. ଗନି ଉପସ୍ଥିତ ଥିଲେ। ଆମକୁ ନେଇ ସେଦିନ ବିୟତପ୍ରଜ୍ଞା ଏକ ସଂକ୍ଷିପ୍ତ ଆଲୋଚନାଚକ୍ରର ଆୟୋଜନ ବି କରିଥିଲେ।
କିନ୍ତୁ ସବୁଠୁ ଖୁସିର କଥା ଓ ଆଜି ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ହେଉଛି, ସେଥିରେ ଦେବଦାସ ଛୋଟରାୟ ଲେଖିଥିବା ଗୋଟିଏ ପଦ। ସେଇ ପଦଟି ହେଉଛି-
ବାଃ ବାଃ ରସଗୋଲା…
ଆମରି ଜିନିଷ ଆମକୁ ଦେଖାଇ
ଆମ ସାଙ୍ଗେ ଖେଳ ଗୁରୁ-ଚେଲା !
ଏ ଯାଏଁ ଆମ ରସଗୋଲାକୁ ଆମକୁ ଦେଖେଇ ବଙ୍ଗଳା ନିଜକୁ ଗୁରୁ ଓ ଆମକୁ ଚେଲା ବୋଲି କହି ଆସୁଥିଲା। ସେ ତଞ୍ଚକତାପୂର୍ଣ୍ଣ ଖେଳ ‘ଓଡିଶା ରସଗୋଲା’ର ଏହି ଜିଆଇ ମାନ୍ୟତା ସହ ଶେଷ ହେଲା।
(ଅସିତ ମହାନ୍ତି ଜଣେ ବରିଷ୍ଠ ସାମ୍ବାଦିକ, ଗବେଷକ ଏବଂ ଓଡ଼ିଆ ସଂସ୍କୃତି ବିଶେଷଜ୍ଞ। ନିକଟରେ ସେ ସୋସିଆଲ ମିଡିଆରେ ଏହି ଲେଖା ମାଧ୍ୟମରେ ‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍ ମିଳିବା ପଛରେ ଥିବା ସମସ୍ତ ବ୍ୟକ୍ତି ଓ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଛନ୍ତି।)