ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀରେ ଆଧ୍ୟାତ୍ମିକ ପରିବେଶକୁ ବଜାଇ ରଖିବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡ ମହୋତ୍ସବ ପାଳିତ ହୋଇଛି। ଓଡ଼ିଶୀ ନୃତ୍ୟ ସହିତ ଯୋଗ, ଝୋଟି, ଦାସକାଠିଆ ଆଦି ପ୍ରତଯୋଗିତା ହୋଇଛି। ଏଥରୁ ମଜା ଉଠାଇଛନ୍ତି ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଲୋକେ।

ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପରଠୁ ଜିଲ୍ଲା ପ୍ରଶାସନ ପରଠୁ ଏହି ଉତ୍ସବର ଆରମ୍ଭ ହୋଇଛି। ଏହି ପର୍ବର ଉଦ୍ଦେଶ୍ୟ ବଡ଼ଦାଣ୍ଡରେ ଏକ ଆଧ୍ୟତ୍ମିକ ପରିବେଶ ସୃଷ୍ଟି କରିବା। ଦୂର ଦୂରାନ୍ତରୁ ଯେଉଁ ପର୍ଯ୍ୟଟକ ଆସୁଛନ୍ତି ସେମାନେ ଓଡ଼ିଶାର ପରମ୍ପରାକୁ ଜାଣିବେ।

ଏଥିଲାଗି ପ୍ରତି ରବିବାର ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଛୋଟି, ଚିତା, ନୃତ୍ୟ ସଙ୍ଗୀତର ଆୟୋଜନ କରାଯାଉଛି। ପ୍ରଥମ ବଡ଼ଦାଣ୍ଡ ମହୋତ୍ସବ ଜୁଲାଇ ୨୧ ତାରିଖ ରବିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ମଧ୍ୟ ଝୋଟି ଆଙ୍କିବା ସହ ଓଡ଼ିଶୀ, ଗୋଟିପୁଅ ନୃତ୍ୟରେ ପରିବେଷଣ ହୋଇଥିଲା।

Comment