ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏକ ସଂସଦୀୟ କମିଟିକୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ଲାଭଜନକ ପଦବୀ ସଂକ୍ରାନ୍ତୀୟ ସଂସଦୀୟ ଯୁଗ୍ମ କମିଟିରେ ସସ୍ମିତଙ୍କ ବ୍ୟତୀତ  ରାଜ୍ୟସଭାରେ ଅନ୍ୟ ଦଳର ଆଉ ଚାରି ଜଣ ଓ ଲୋକସଭାର ୧୦ ଜଣ ସାଂସଦ ନିର୍ବାଚିତ ହୋଇଛନ୍ତି ବୋଲି ଜଣାପଡ଼ିଛି।

ଏହି କମିଟିରେ ମୋଟ ୧୫ ସଦସ୍ୟ ରହିବେ। ଏହି କମିଟିର ଅଧ୍ୟକ୍ଷ କିଏ ହେବେ ତାହା ସ୍ଥିର ହୋଇନାହିଁ।

ସୂଚନାଯୋଗ୍ୟ ଯେ, ପ୍ରତାପ କେଶରୀ ଦେବ ବିଧାନସଭାକୁ ନିର୍ବାଚିତ ହେବା ପରେ ଜୁନ ମାସରେ ତାଙ୍କ ସ୍ଥାନରେ ସସ୍ମିତ ପାତ୍ର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।ପାତ୍ରଙ୍କ କାର୍ଯ୍ୟକାଳ୨୦୨୨ ପର୍ଯ୍ୟନ୍ତ ରହିବ।

LEAVE A REPLY

Please enter your comment!
Please enter your name here